ଗୋରୁ ଗାଡି ଜବତ ସହ ଦୁଇ ଗିରଫ
ରିପୋର୍ଟ ଗୋକୁଳାନନ୍ଦ ବେହେରା (ନିପ୍ର)ଢେଙ୍କାନାଳ, ଗୋରୁ ଗାଡି ଜବତ ସହ ଦୁଇ ଜଣଙ୍କୁ ଗିରଫ କଲା ଗଁଦିଆ ଥାନା ପୋଲିସ, ପ୍ରକାଶ ଯେ ଗଁଦିଆ ଥାନା ଅନ୍ତର୍ଗତ ଖଙ୍କର ଗ୍ରାମରୁ ଭୁବନ ଥାନା ଅନ୍ତର୍ଗତ ମହୁଲପାଳ, ଗ୍ରାମକୁ ଗୋରୁ ଚାଲାଣ ସମୟରେ ପେଟ୍ରୋଲିଙ୍ଗ ବେଳେ ଗଣେଶ ଖୋଲା ନିକଟରେ ମାଡ଼ି ବସିଲା ପୋଲିସ୍।ଉକ୍ତ ଗୋରୁ ବୋଝେଇ ଟାଟା ଇଣ୍ଟର V10 ନଂOD 34ର 5028 ।ଚାରି ଗୋରୁ ଉଦ୍ଧାର କରି ଗଁଦିଆ ପୋଲିସ ଉକ୍ତ ଗୋରୁ ଙ୍କୁ ଲେଥକା ଗ୍ରାମ ପଂଚାୟତ ଅଧୀନ ଓରନ୍ଦା ଠାରେ ଥିବା ଗୋ ଶାଳାକୁ ରେ ଛାଡ଼ିବା ସହିତ ଉକ୍ତ ବେଆଇନ ଗୋରୁ ଚାଲାଣ ଅଭିଯୋଗରେଗଁଦିଆ ପୋଲିସ ଦୁଇ ଜଣ ଗିରଫ କରିଛି ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମର ନଟିଆ ମଲିକ୍ ଙ୍କ ପୁଅ ଗଗନ ମଲ୍ଲିକ(୪୦) ଓ ବିଷ୍ଣୁ ବସନ୍ତିଆଙ୍କ ପୁଅ ସାଗର ବସନ୍ତିଆ 21ବର୍ଷ ଦୁଇ ଅଭିଯୁକ୍ତ କୁ କେସ ନଂ 239ରେ ଏକ ମାମଲା ରୁଜୁ କରି ଗଁଦିଆ ପୋଲିସ ଆଜି କୋର୍ଟ ଚାଲାଣ କରିଛି l
