ପଳାଶଗଡ଼ିଆ ଆଦର୍ଶ ବିଦ୍ୟାଳୟର କୃତିତ୍ୱ ।
ବନ୍ତ (ନିପ୍ର )ସିବିଏସସି ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି ।
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ନିଳକ ପଞ୍ଚାୟତ ପଳାଶଗଡ଼ିଆ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ +୨ ବିଜ୍ଞାନରେ ଅଧ୍ୟୟନ ୩୬ଜଣ ଛାତ୍ର ଓ ଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ ।
ସେମାନଙ୍କ ମଧ୍ୟରୁ ୯୦ ରୁ ୯୪ ପ୍ରତିଶତ ନମ୍ବର ରଖି ୩ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଦ୍ୟାଳୟର ଛାତ୍ର ଅରୋଶ୍ରିତ ପାତ୍ର ସର୍ବାଧିକ ୯୨.୬ ପ୍ରତିଶତ, ସ୍ମୃତିରେଖା ନାୟକ ୯୦.୨ ପ୍ରତିଶତ ଓ ହରେକୃଷ୍ଣ ସ୍ୱାଇଁ ୯୦ ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ୮୦ ରୁ ୮୯ ପ୍ରତିଶତ ନମ୍ବର ରଖି ୧୬ଜଣ ,୭୦ ରୁ ୭୯ ପ୍ରତିଶତ ନମ୍ବର ରଖି ୯ଜଣ,୬୦ରୁ ୬୯ପ୍ରତିଶତ ନମ୍ବର ରଖି ୭ଜଣ ଏବଂ ୫୦ ରୁ ୫୯ ପ୍ରତିଶତ ନମ୍ବର ରଖି ୧ଜଣ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ସେହିପରି +୨ ବାଣିଜ୍ୟ ପରୀକ୍ଷା ଦେଇଥିବା ଶୁଭକାନ୍ତ ଲେଙ୍କା ୫୫.୬ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛି । ଦ୍ବାଦଶ +୨ ବିଜ୍ଞାନରେ ଆଦର୍ଶ ବିଦ୍ୟାଳୟ ଶତପ୍ରତିଶତ ସଫଳ ହାସଲ କରିଛି । ସଫଳତା ପାଇଁ ଅଧ୍ୟକ୍ଷ ପାର୍ଥସୁନ୍ଦର ମହାକୁଡ଼ଙ୍କ ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
