ପାର୍ବତୀ ଦେବୀ ସ୍କୂଲ ଅଫ ନର୍ସିଂରେ ଆନ୍ତର୍ଜାତିୟ ସେବିକା ଦିବସ ପାଳିତ ।
ବେତନଟୀ (ନି ପ୍ର )୧୨/୦୫ : ମୟୁରଭଞ୍ଜ ଜିଲ୍ଲା ବେତନଟୀ ଉଠାଣି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ପାର୍ବତୀ ଦେବୀ ସ୍କୂଲ ଅଫ ନଂର୍ସିଙ୍ଗ୍ ମହାବିଦ୍ୟାଳୟ ରେ ପ୍ରଥମ ବାର୍ଷିକ ଉତ୍ସବ ଓ ୫୨’ତମ ଅନ୍ତର୍ଜାତୀୟ ସେବିକା ଦିବସ ମହାଆଡ଼ମ୍ବର ରେ ପାଳିତ ହୋଇଯାଇଛି । ଅନୁଷ୍ଠାନ ଅଧକ୍ଷ ହରି ନାରାୟଣ ଦାସ ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ ମୁଖ୍ୟ ଅତିଥି ରୂପେ ବେତନଟୀ କଲେଜ ର ପୂର୍ବତନ ପ୍ରିନସିପାଲ ଶ୍ରୀ ରମାକାନ୍ତ ସିଂ ସ୍ୱତନ୍ତ୍ର ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ହରିଶଚନ୍ଦ୍ର ନନ୍ଦଗୋସ୍ୱାମୀ, ଅରୁଣ କୁମାର ହୋତା ପ୍ରମୁଖ ଯୋଗଦାନ କରି ସେବିକା ଶିକ୍ଷାର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଙ୍କ ସେବା ଓ ନିଷ୍ଠା ର ପରାକାଷ୍ଠା ଛାତ୍ର ଓ ଛାତ୍ରୀଙ୍କୁ ବୁଝାଇଥିଲେ । ଉପସ୍ଥିତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ନିଷ୍ଠା , ତପସ୍ୟା ଓ ନିଃସ୍ୱାର୍ଥପର ସେବା ଦ୍ୱାରା ଅନୁପ୍ରାଣିତ ହୋଇ ଅନୁଷ୍ଠାନ ତଥା ଦେଶ ଓ ଜାତିର ଗୌରବ ରଖିବା ପାଇଁ ଛାତ୍ର ଓ ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ପ୍ରାରମ୍ଭ ରେ ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ପ୍ରତିଛବି ରେ ଧୂପ, ଦ୍ଵିପ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଛାତ୍ର ଓ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପାର୍ବତୀ ଦେବୀ ସ୍କୂଲ ଅଫ ନର୍ସିଂ ଅଧକ୍ଷ ହରି ନାରାୟଣ ଦାସ ଏବଂ ସ୍କୁଲ ର ଅଧ୍ୟାପକ ଦେବାଶିଷ ଓଝା ଅଧ୍ୟାପିକା ଭଗ୍ୟସିନି ମହାନ୍ତ, ଦେବାଶିଷ ମଣ୍ଡଳ, ଲିସାଲିପ୍ସା ରାଉତ, ତ୍ରିଲୋଚନ ମହାନ୍ତ, ଯଶବନ୍ତ ଦାସ,ସୁନୀତା ଦଣ୍ଡପାଟ ପ୍ରମୁଖ ସଭାକାର୍ଯ୍ୟ କୁ ସୁଚାରୂପେ ପରିଚାଳନା କରି ସାଫଲ୍ୟ ମଣ୍ଡିତ କରିଥିଲେ ।ଅନୁଷ୍ଠାନ ର ଶତାଧିକ ଛାତ୍ର ଓ ଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଭବିଷ୍ୟତ ରେ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଙ୍କ ଭଳି ଏକ ସୁ-ସେବିକା ହେବାର ଶପଥ ପାଠ ମଧ୍ୟ କରିଥିଲେ। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ପୂର୍ଵ ରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଗୋଟିଏ ସାର୍ଟିଫିକେଟ ସହିତ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା ।
