*ଖଡ଼ିଆଳ ଏନ୍ଏସିର ଅଭିନବ ପ୍ରୟାସ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ପାଇଁ ସଜାଗ ପ୍ରହରୀ*
ନୂଆପଡା(ମିଖାଏଲ ନନ୍ଦ)
ତା ୧୦/୦୫
ସ୍ୱଚ୍ଛ ଭାରତ ଅଭିଯାନକୁ ଅଧିକ ବ୍ୟାପକ କରିବା ଏବଂ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପକ୍ଷରୁ ଏକ ଜୋରଦାର ସଫେଇ ଓ ସଚେତନତା ଅଭିଯାନ ଚାଲିଛି। ନୂଆପଡ଼ା ଜିଲ୍ଲା ଓଡ଼ିଶାର ପ୍ରଥମ ‘ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ’ ଜିଲ୍ଲା ଭାବେ ମାନ୍ୟତା ପାଇଥିବା ବେଳେ ଏହି ସଫଳତାକୁ ବଜାୟ ରଖିବା ପାଇଁ ଖଡ଼ିଆଳ ଏନ୍ଏସି ଏବେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।ସେହିପରି ଖଡ଼ିଆଳ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା ଆଜି ରବିବାର ରେ ମଧ୍ୟ କାର୍ଯ୍ୟ କରିବାରେ ଆଗେଇ ଆସିଛନ୍ତି। ଖଡ଼ିଆଳ ଏନ ଏ ସି କର୍ମଚାରୀ ଇଜାର ତାଣ୍ଡି ମଧ୍ୟ ଅଞ୍ଚଳ ରେ ସ୍ୱଚ୍ଛତା ଆଣିବା ପାଇଁ ସଦାବେଳେ ଚେଷ୍ଟିତ।ଏନ୍ଏସି କର୍ମକର୍ତ୍ତାମାନେ ବିଭିନ୍ନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କରେ ଚଢ଼ାଉ କରି ବ୍ୟାନ କରାଯାଇଥିବା ପ୍ଲାଷ୍ଟିକ ଜବତ କରୁଛନ୍ତି। ସାଧାରଣ ଜନତାଙ୍କୁ ପ୍ଲାଷ୍ଟିକ ବଦଳରେ କପଡ଼ା ବ୍ୟାଗ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି।
ସହରର ବିଭିନ୍ନ ୱାର୍ଡରେ ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ମେଗା କ୍ଲିନଲିନେସ ଡ୍ରାଇଭ୍ ଆୟୋଜନ କରାଯାଉଛି। ରାସ୍ତାକଡ଼ ଓ ଜନଗହଳି ପୂର୍ଣ୍ଣ ସ୍ଥାନରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି। ସ୍ୱଚ୍ଛତା ସହିତ ସବୁଜିମା ଭରିବା ପାଇଁ ‘ଏକ ପେଡ୍ ମାଆ କେ ନାମ’ ପରି କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ବୃକ୍ଷ ରୋପଣ କରାଯାଉଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ “ସର୍ବାଧିକ ସଚେତନତା ଏବଂ ସର୍ବନିମ୍ନ କାର୍ଯ୍ୟାନୁଷ୍ଠାନ” (Maximum sensitization and minimum enforcement) ନୀତିରେ ଏହି ଅଭିଯାନ ପରିଚାଳିତ ହେଉଛି। ଖଡ଼ିଆଳବାସୀଙ୍କ ସହଯୋଗରେ ସହରକୁ ଅଧିକ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଏନ୍ଏସି ପ୍ରତିବଦ୍ଧତା ପ୍ରକାଶ କରିଛି।ତେଣୁ କାର୍ଯ୍ୟ ଦକ୍ଷତା ଦେଖାଉଥିବା ଅଧିକାରୀ ଙ୍କୁ ପ୍ରଶଂସା କରିବା ଏବଂ ଅବହେଳା ର ମଧ୍ୟ ଅବଗତ କରିବା ସାମ୍ବାଦିକ ଙ୍କ କର୍ମ ଅଟେ।
