ସ୍ୱର୍ଗତ ଗଦାଧର ମହାରଣାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା :
ରେମୁଣା ବ୍ଲକ ଅନ୍ତର୍ଗତ କରଞିଆ ପଞ୍ଚାୟତର ଫକୀରମୋହନ ନଗର ନିବାସୀ ସ୍ୱର୍ଗତ ଗଦାଧର ମହାରଣା ( ବାବୁଲା )ଙ୍କ ଦେହାନ୍ତ ହୋଇଥିବା ବେଳେ, ଏକ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଫକୀରମୋହନ ବିକାଶ ପରିଷଦ ତରଫରୁ କାର୍ଯ୍ୟକାରୀ ସମ୍ପାଦକ ସମ୍ବିତ କୁମାର ବେହେରାଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ଅନୁଷ୍ଠାନର ସଭାପତି ଗୋପୀନାଥ ଦାସ, ସମାଜସେବୀ ମାୟାଧର ମହାଳିକ, ବିଜେଡ଼ି ଯୁବନେତା ମନୋଜ ରାଉତ, ଜଗମୋହନ ଜେନା, ଅରୁଣ ମାଇତି,ଶିବାନନ୍ଦ ପଣ୍ଡା,ସ୍ନେହ ଲତା ଜେନା, ମାମି ମହାଳିକ, ଚଞ୍ଚଲ ଗାଙ୍ଗୁଲି, ନବ ଦାସ, ସଞ୍ଜୟ ଦାସ, ଭଗବାନ ବେହେରା, ଅଜିତ ପାଣିଗ୍ରାହୀ, ଲକ୍ଷ୍ମୀ କାନ୍ତ ଜେନା, ବାପି ଦାସ, ଗୋପବନ୍ଧୁ ସାହୁ, ଭଞ୍ଜ କିଶୋର ପ୍ରଧାନଙ୍କ ସମେତ କରଞ୍ଜିଆ ପଞ୍ଚାୟତ ତଥା ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ୱର୍ଗତ ବାବୁଲାଙ୍କ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ବାବୁଲା ଅବିଭକ୍ତ କୁରୁଡା ଅଞ୍ଚଳରେ ଜଣେ ଯୁବ ଉଦ୍ୟୋକ୍ତା ସହ ପୂର୍ବତନ ୱାର୍ଡ ମେମ୍ବର ତଥା ବିଗତ ଦିନରେ କରଞିଆ ବିଜେଡ଼ି ସଭାପତି ମଧ୍ୟ ଥିଲେ।।।
