*ମୁଣ୍ଡ ଉପରେ ପକ୍କା ଛାତ ନଥିବା ବେଳେ ଅଦିନିଆ ବର୍ଷା ଜୀବନ ନିର୍ବାହ କଷ୍ଟସାଧ୍ୟ ହେଉଥିବା ବୃଦ୍ଧ ଦମ୍ପତିଙ୍କ ଆବାସ ଯୋଜନା ରେ ସାମିଲ ପାଇଁ ଅନୁରୋଧ*
ନୂଆପଡା (ମିଖାଏଲ ନନ୍ଦ)
ତ:୦୮.୦୫.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିଛନାପାଲି ଗ୍ରାମର ହରପ୍ରସାଦ ଦଣ୍ଡସେନା ପିତା – କୋଦଣ୍ଡ ଦଣ୍ଡସେନା। ଜୀବନ ସହ ସଂଗ୍ରାମ କରି ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ମୁଣ୍ଡ ଉପରେ ପକ୍କା ଛାତ ଟିଏ ନାହିଁ। ପରିବାର ପ୍ରତିପୋଷଣରେ ଉପାର୍ଜିତ ଅର୍ଥ ନିଅଣ୍ଟ ହେଉଥିବା ବେଳେ ମୁନ୍ତ ଉପରେ ପକ୍କା ଛାତ ସତ ସ୍ୱପ୍ନ ଅଟେ। ଖପର ଘରକୁ ବର୍ଷା ଦାଉରୁ ରକ୍ଷା ପାଇଁ ଟିଣ ଛପର କରୁଥିବା ବେଳେ କାଳବୈଶାଖୀ ଏବଂ ଘୂର୍ଣ୍ଣିଝଡ ଜୀବନ ସମସ୍ୟା କୁ ଦ୍ୱିଗୁଣ କରୁଅଛି। ଜିଲ୍ଲା ପ୍ରଶାସନ ଆବଶ୍ୟକ ଦୃଷ୍ଟି ଦେଇ ବୃଦ୍ଧ ହରପ୍ରସାଦ ଦଣ୍ଡସେନା ଏବଂ ତାଙ୍କ ପରିବାର ଙ୍କୁ ପକ୍କା ଆବାସ ଘର ଖଣ୍ଡେ ପ୍ରଦାନ ପାଇଁ ଆହ୍ୱାନ । ଘର ଉପରେ ଟଣ ଛପର ଦେଇଥିବା ବେଳେ ଟିଣ ଉଡ଼ି ଯାଇଅଛି।ବ୍ଲକ୍ ପ୍ରଶାସନ କୁ ଅନୁରୋଧ ଯେ ଆବଶ୍ୟକ ତଦନ୍ତ ପରେ ଆବାସ ଯୋଜନାରେ ସାମିଲ କରିବାକୁ ଅନୁରୋଧ ।
