slg: ପୁଣି ଜନନୀ ଯନ୍ତ୍ରଣା ଖଟିଆ ରେ ବୁହା ହେଲେ ଗର୍ଭବତୀ l
(କଳାହାଣ୍ଡି ଜିଲ୍ଲା ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
Anchor: ଗାଁ କୁ ଭଳରାସ୍ତା ଖଣ୍ଡେ ନାହିଁ ଏଣୁ ଗାଁ କୁ ଆମ୍ବୁଲାନ୍ସ ଯାଇପାରିଲାନାହିଁ ଏହା ଫଳରେ ଜଣେ ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ ବୋହିବୋହି ୧/ ଏକ କିଲୋମିଟର ଆମ୍ବୁଲାନ୍ସ ପାଖକୁ ନେବାକୁ ପଡୁଛି l କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ଧ ଅଁ ର ପୁର ଗ୍ରାମପଞ୍ଚାୟତ ଆମ୍ବାଗୁଡ଼ା ମାଳପଡ଼ା ଗ୍ରାମର ଦୃଶ୍ୟ ଦେଖିବାକୁ ମିଳିଛି l ମାଳପଡ଼ା ର ଦେବାନନ୍ଦ ମାଝୀ ଙ୍କ ସ୍ତ୍ରୀ ଲଳିତା ମାଝୀ ଙ୍କୁ ପ୍ରସବ ବେଦନା ହେବାରୁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ କିନ୍ତୁ କଳାବୈଶାଖୀ ବର୍ଷାଯୋଗୁଁ କାଦୁଅ ପଚ୍ ପଚ୍ ହେବାରୁ ଏକ କିଲୋମିଟର ଦୂର ଆମ୍ବାଗୁଡ଼ା ମୁଖ୍ୟ ରାସ୍ତା ରେ ଅଟକି ରହିଥିଲା l ସେପଟେ ପ୍ରସବ ବେଦନା ରେ ଛଟପଟ ହେଉଥାନ୍ତି ଗର୍ଭବତୀ ପରିବାର ଲୋକେ କୌଣସି ଉପାୟ ନ ପାଇ ଆଶା କର୍ମୀ ଓ ସମ୍ପର୍କୀୟ ଙ୍କ ସହଯୋଗ ରେ ଶେଷରେ ଏକ ଖଟିଆ ରେ ବୋହି ଆମ୍ବୁଲାନ୍ସ ପାଖକୁ ବୋହି ନେଇଥିଲେ l ଗତବର୍ଷ ଜଣେ ଗର୍ଭବତୀ ମହିଳା ଙ୍କୁ ବି ଖଟିଆ ରେ ବୋହି ନିଆଯାଇଥିଲା ବାରମ୍ବାର ଘଟଣା ଘଟୁ ଥିଲେବି ସ୍ଥାନୀୟ ପ୍ରତିନିଧି , ପ୍ରଶାସନ ର ରାସ୍ତା ମରାମତି ପାଇଁ ନଜର ପଡୁ ନାହିଁ l ସରକାର ଗ୍ରାମାଞ୍ଚଳ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମାଳପଡ଼ା ଏବେ ବି ଅବହେଳିତ ଅବସ୍ଥା ରେ ରହିଅଛି l ବାରମ୍ବାର ପଡ଼ା ବସୀ ସ୍ଥାନୀୟ ବିଧାୟକ ଙ୍କୁ ଗୁହାରି କରି ଥିଲେବି କୌଣସି ସୁଫଳ ମିଳିପାରି ନାହିଁ ବୋଲି କହିଛନ୍ତି l ଖବର ପ୍ରସାରଣ ହେଲା ପରେ କଣ ପଦଖେବ ନେବେ ପ୍ରଶାସନ ତାହା ଦେଖିବା ବାକି ରହିଛି l
