*ବିନା ସୂଚନା ଫଳକ ରେ ଚାଲିଛି ଭୋଜପୁର ପଞ୍ଚାୟତ କୋଠା ନିର୍ମାଣ:*
ନୂଆପଡା(ମିଖାଏଲ ନନ୍ଦ)
ତା-୦୭/୦୫
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ଭୋଜପୁର ଗ୍ରାମରେ ହେଉଥିବା ପଞ୍ଚାୟତ ଗୃହ ନିର୍ମାଣ ବେଳେ ସରକାର ଙ୍କର ନିୟମ ଜେଇ ଖାତିର ନ କରି ନିଜ ମନମୁଖୀ କରି ଠିକାଦାର କୁ ବୋର୍ଡ଼ ପାଇଁ କିଛି ପରାମର୍ଶ ନଦେଇ ସରକାର ଙ୍କ ନିୟମ କୁ ଜେଇ ଏବଂ ଓପିଇ ଉଲଂଘନ କରୁଛନ୍ତି। ଠିକାଦାର ଙ୍କ ଖାଲି କାଗଜ କଲମ ରେ ନିୟମ ଚାଲିଛି କିନ୍ତ ବାସ୍ତବ ଚିତ୍ର ଅଲଗା. ଦେଖିବାକୁ ମିଳୁଛି। ଏସ୍ଟିମେଟ ଜେଇ କୁ ପଚାରିବାରୁ ମୋ ପାଖରେ କିଛି ସଠିକ ତଥ୍ୟ ନାହିଁ ଅତି ଦୁଃଖ ର ବିଷୟରେ ଜେଇ ପଖରେ କିଛି ତଥ୍ୟ ନାହିଁ ଏଥିରେ ସ୍ପଷ୍ଟ ଜଣାପଡୁଛି ଜେ ଜେଇ ଦୁର୍ନୀତି କୁ ପ୍ରଶହନ ଦେଇ ବେ ଧଡକ କାମ କରି ସରକାରୀ ପଇସା ର କିପରି ନିଜ ପକେଟ ଗରମ କରିବା ପାଇଁ ଚେଷ୍ଟା ଚଳାଇ ଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ବାରମ୍ବାର ଦେଖା କରିବା ପାଇଁ ମଧ୍ୟ ଦେଖା ହେଇ ପରି ନାହିଁ। ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦାଭୋଜପୁରବାସୀ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ଉଠିଛି। ସରକାରୀ ନିୟମ ଅନୁଯାୟୀ ଯେକୌଣସି ପ୍ରକଳ୍ପ ଆରମ୍ଭ ପୂର୍ବରୁ କାର୍ଯ୍ୟସ୍ଥଳରେ ଏକ ସୂଚନା ଫଳକ (Sign Board) ଲଗାଇବା ବାଧ୍ୟତାମୂଳକ, ଯେଉଁଥିରେ ପ୍ରକଳ୍ପର ମୂଲ୍ୟ, ଅନୁଦାନ ରାଶି ଏବଂ ଶେଷ ହେବା ସମୟ ସୀମା ଉଲ୍ଲେଖ ରହିବା କଥା। କିନ୍ତୁ ଭୋଜପୁର ପଞ୍ଚାୟତରେ ନିର୍ମାଣାଧୀନ ନୂତନ କୋଠା ପାଇଁ ଏପରି କୌଣସି ଫଳକ ଲଗାଯାଇ ନାହିଁ।ମୁଖ୍ୟ ବିନ୍ଦୁ:ସ୍ୱଚ୍ଛତାର ଅଭାବ: କୌଣସି ସୂଚନା ଫଳକ ନଥିବାରୁ ଏହି ପ୍ରକଳ୍ପ ପାଇଁ କେତେ ଟଙ୍କା ମଞ୍ଜୁର ହୋଇଛି ଏବଂ କେଉଁ ବିଭାଗ କାର୍ଯ୍ୟ କରୁଛି, ସେ ନେଇ ସାଧାରଣ ଲୋକ ଅନ୍ଧାରରେ ଅଛନ୍ତି।ନିମ୍ନମାନର କାର୍ଯ୍ୟ ଅଭିଯୋଗ: ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ଲୋକଙ୍କ ଆଖିରେ ଧୂଳି ଦେଇ କାମକୁ ଶୀଘ୍ର ସାରିବା ପାଇଁ ଏବଂ ଦୁର୍ନୀତି ଲୁଚାଇବା ପାଇଁ ଫଳକ ଲଗାଯାଉ ନାହିଁ। କାର୍ଯ୍ୟର ଗୁଣବତ୍ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ପ୍ରଶାସନିକ ନୀରବତା: ଏହି ବିଷୟରେ ବିଭାଗୀୟ ଅଧିକାରୀ କିମ୍ବା ଠିକାଦାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।ଗ୍ରାମବାସୀମାନେ ଦାବି କରିଛନ୍ତି ଯେ ତୁରନ୍ତ ଏଠାରେ ସୂଚନା ଫଳକ ଲଗାଯାଉ ଏବଂ କାର୍ଯ୍ୟର ସ୍ୱଚ୍ଛତା ଯାଞ୍ଚ କରାଯାଉ। ନଚେତ୍ ଆଗାମୀ ଦିନରେ ଏହାକୁ ନେଇ ବଡ଼ ଧରଣର ଆନ୍ଦୋଳନ ହେବାର ସମ୍ଭାବନା ରହିଛି।
