*ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା
ବରଗଡ଼:ବରପାଲି-(ନି ପ୍ର) ୦୪/୦୫/
ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ସଫଳତା ପାଇଁ ଏକ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆ ବିଭାଗର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ପୁଷ୍ପଗୁଚ୍ଛ ଓ ମିଷ୍ଟାନ୍ନ ବଣ୍ଟନକରି ଖୁସିର ମୁହର୍ତ୍ତକୁ ଦ୍ବିଗୁଣିତ କରିଥିଲେ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ସ୍ନାତକ କଳା ଅନ୍ତିମ ବର୍ଷରେ ଛାତ୍ରୀଙ୍କ ସଫଳତା ସବୁଠୁ ଆଗରେ ରହିଛି।ମହିଳା ମହାବିଦ୍ୟାଳୟର ୮ ଜଣ ଛାତ୍ରୀ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ହାସଲ କରିଛନ୍ତି।
ରାଜନୀତି ବିଜ୍ଞାନ ବିଭାଗରେ ଯାଜ୍ଞସେନୀ ମହାକୁର ୮.୯୦ ସିଜିପିଏ ରଖି ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ପ୍ରଥମ ହୋଇଥିବା ବେଳେ ହିନ୍ଦୀ ବିଭାଗରୁ ପାୟଲ ମେହେର ୮.୯୧ ସିଜିପିଏ ରଖି (ଦ୍ଵିତୀୟ), ଶିକ୍ଷା ବିଭାଗରୁ ସ୍ନେହା ରାଣୀ ସାହୁ ୯.୦୩ ସିଜିପିଏ (ତୃତୀୟ),ଇତିହାସ ବିଭାଗରୁ ନନ୍ଦିନୀ ଗହୀର ୮.୯୮ ସିଜିପିଏ( ଚତୁର୍ଥ) ,ହିନ୍ଦୀ ବିଭାଗରୁ ଶ୍ରାବଣୀ ମେହେର ୮.୭୭ ସିଜିପିଏ (ଚତୁର୍ଥ),ହରିପ୍ରିୟା ସାହୁ
୮.୭୦ ସିଜିପିଏ( ଷଷ୍ଠ),ସ୍ମୃତି ସ୍ନିଗ୍ଧା ପାଣିଗ୍ରାହୀ ୮.୬୯ ସିଜିପିଏ(ସପ୍ତମ) ରଖି ଥିବା ବେଳେ ଓଡ଼ିଆ ବିଭାଗରୁ ସ୍ବିଟି ବାରିକ
୮.୬୪ ସିଜିପିଏ ରଖି ( ଦଶମ) ସ୍ଥାନରେ ଅଛନ୍ତି। ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନେ ସାମିଲ ହୋଇଥିଲେ।
