ବିଜେପି ସୁଝିଲା ପିତୃ ରୂଣ
ବଙ୍ଗ ଦଖଲ କରି ବିଜେପି ସୁଝିଲା ପିତୃ ରୂଣ। ପଶ୍ଚିମବଙ୍ଗ ରାଜନୀତି ନୂଆ ଇତିହାସ ରଚିଛି । ହୁଗଲି ନଦୀଠାରୁ ଦାର୍ଜିଲିଂର ପାହାଡ଼ ପର୍ଯ୍ୟନ୍ତ ‘ଜୟ ଶ୍ରୀ ରାମ’ ଧ୍ୱନି ପ୍ରତିଧ୍ୱନିତ ହୋଇଛି । ପ୍ରାରମ୍ଭିକ ଗଣନାରୁ ପଶ୍ଚିମବଙ୍ଗର ରାଜନୈତିକ ପାଣିପାଗରେ ପରିବର୍ତ୍ତନର ସଙ୍କେତ ମିଳିଛି। ବିଜେପି ନେତା ଏବଂ କର୍ମୀମାନେ ଦଶନ୍ଧି ଦଶନ୍ଧି ଧରି ଏହି ଦିନକୁ ଅପେକ୍ଷା କରିଆସିଥିଲେ । ବିଜେପିର ପଶ୍ଚିମବଙ୍ଗରେ ବିଜୟ କେବଳ ଏକ ସାଧାରଣ ବିଜୟ ନୁହେଁ, ଏହା ପିତୃଋଣ ସୁଝାଇବାର ସମୟ ମଧ୍ୟ । ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମଭୂମିରେ ପ୍ରଥମ ଥର ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବିଜେପି ପ୍ରତିଷ୍ଠାତା ଦୀନ ଦୟାଲ ଉପାଧ୍ୟାୟଙ୍କ କର୍ତ୍ତବ୍ୟପଥ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶରେ ବିଜେପି ସରକାର ଗଠନ କରିସାରିଥିଲା, କିନ୍ତୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମସ୍ଥାନ ପଶ୍ଚିମବଙ୍ଗ ଦଖଲ କରିବାକୁ ୭୫ ବର୍ଷ ସମୟ ଲାଗି ଯାଇଥିଲା। ବିଜେପି ମୁଖାର୍ଜୀଙ୍କ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ ହୋଇଥିଲା। ଶ୍ୟାମା ପ୍ରସାଦଙ୍କ ଜନ୍ମସ୍ଥାନରେ ବିଜେପି ଏକ ପ୍ରମୁଖ ଶକ୍ତି ଭାବରେ ଉଭା ହୋଇଛି । ପଶ୍ଚିମବଙ୍ଗରେ ବିଜେପି ୧୯୦ରୁ ଅଧିକ ଆସନ ସହିତ ପ୍ରଚଣ୍ଡ ବହୁମତ ହାସଲ କରିବା ଦିଗରେ ଅଗ୍ରସର ହେଉଛି ।
୧୯୮୦ ମସିହାରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଚିନ୍ତାଧାରାକୁ ଆଧାର କରି ବିଜେପି ପ୍ରତିଷ୍ଠିତ ହୋଇଥିଲା । ଏହି କାରଣରୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ବିଜେପିର ପିତାମହ ବୋଲି କୁହାଯାଏ । ଡକ୍ଟର ମୁଖାର୍ଜୀଙ୍କ ସ୍ଲୋଗାନ ଥିଲା, ‘ଗୋଟିଏ ଦେଶରେ ଦୁଇଟି ସମ୍ବିଧାନ, ଦୁଇଟି ମୁଖ୍ୟ ଓ ଦୁଇଟି ପତାକା କାମ କରିବ ନାହିଁ।’ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ବିଜେପି ପାଇଁ ପଶ୍ଚିମବଙ୍ଗ ଜିତିବା ଏକ ବିଚାରଗତ ଚକ୍ର ସମାପ୍ତ କରିବା ଭଳି ଥିଲା ।
ଶ୍ୟାମା ପ୍ରସାଦ ମୁଖାର୍ଜୀ ୧୯୦୧ ମସିହାରେ କୋଲକାତାର ଏକ ବଙ୍ଗଳା ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୨୯ ମସିହାରେ କଂଗ୍ରେସ ସହିତ ଯୋଡ଼ି ହୋଇ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ୧୯୩୯ରେ ହିନ୍ଦୁ ମହାସଭାରେ ସାମିଲ ହେବା ପରେ ୧୯୪୦ ମସିହାରେ ଏହାର ଅଧ୍ୟକ୍ଷ ହୋଇଥିଲେ । ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦକ୍ଷତାକୁ ଦେଖି ଜବାହର ଲାଲ ନେହରୁ ତାଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ । କିନ୍ତୁ ୧୯୫୧ ମସିହାରେ ଶ୍ୟାମାପ୍ରସାଦ ନେହରୁଙ୍କ କ୍ୟାବିନେଟ୍ରୁ ଇସ୍ତଫା ଦେଇ ଭାରତୀୟ ଜନସଂଘ ପ୍ରତିଷ୍ଠା କରିଥିଲେ । ଭାରତୀୟ ଜନସଂଘ ବୈଚାରିକ ଏଜେଣ୍ଡା ଉପରେ ବିଜେପି ପ୍ରତିଷ୍ଠିତ ହୋଇଛି
