ବେତନଟୀ ଥାନା ପୋଲିସ ସମିତି ବୈଠକ
ବେତନଟୀ…….ବେତନଟୀରେ ଥାନାର ଭାରପ୍ରାପ୍ତ ଅଧିକାରୀ କିଷ୍ଣା ପିଙ୍ଗୁଆଙ୍କ ଅଧ୍ୟକ୍ଷତାରେ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିସହ ବେତନଟୀ ଥାନାର ଅନ୍ୟତମ ସବ୍-ଇନସପେକ୍ଟର ମିସ୍ ଭାରତୀ ବେହେରା ଓ ସହକାରୀ ସବ୍-ଇନସପେକ୍ଟର ପଞ୍ଚାନନ ମହାନ୍ତି ଯୋଗଦାନ ଓ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଥାନା କର୍ତ୍ତୃପକ୍ଷଙ୍କ ତରଫରୁ ବିଶେଷଭାବେ ସାଇବର ଠକେଇ ପାଇଁ ସଚେତନତା ସମ୍ବନ୍ଧିତ ଆଲୋଚନା କରଯାଇଥିଲା ।ସବ୍-ଇନସପେକ୍ଟର ପଞ୍ଚାନନ ମହାନ୍ତି ବୈଠକ ରେ କହିଥିଲେ ଯେ ଜନ ସାଧାରଣ ସହଯୋଗ ଆଉ ଆମର ନିଷ୍ଠାପରତା. ଏକାଗ୍ରତ ଥିଲେ ସବୁ କାର୍ଯ୍ୟ ଆମ କାର୍ଯ୍ୟ ଲୟରେ ସଫଳ ହେଇପାରିବ
ଏଥିରେ ସିଭିଲ ସୋସାଇଟି ସଂଘ, ବରିଷ୍ଠ ନାଗରିକ ସଂଘ, ବେତନଟୀ ବ୍ଳକ ମିଡିଆ ସେଣ୍ଟର, ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ସାଧାରଣ ନାଗରିକଗଣ
ଯୋଗଦାନ ସହ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ବାସନ୍ତୀ ସାହୁ, ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ, ସଚ୍ଚିଦାନନ୍ଦ ମହାନ୍ତି, ଜୟନ୍ତ କୁମାର ପଟ୍ଟନାୟକ, ବାସୁଦେବ ନାପିତ, ରାଜ କିଶୋର ଖଣ୍ଡେଲୱାଲ, ଧରଣୀଧର ମହାନ୍ତି, ବେତନଟୀ ପଞ୍ଚାୟତ ସମିତି ସଦସ୍ୟ ରଣଜିତ ସିଂ ପ୍ରମୁଖ ଆଲୋଚନା ଓ ସମସ୍ୟା ଉପସ୍ଥାପନ କରିଥିଲେ । ଉକ୍ତ ବୈଠକରେ ଚଣ୍ଡୀଛକରେ ସିସିଟିଭି ଲାଗିବା, ଅଚଳ ହାଇମାଷ୍ଟ ଲାଇଟ୍ ସଜାଡିବା , ହାମ୍ପସ ନିର୍ମାଣସହ ବେଗ ନିୟନ୍ତ୍ରକ ସାଇନ ବୋର୍ଡ ଲଗାଇବା ଆଦି ସିଭିଲ ସୋସାଇଟିର ଦାବି ଉପରେ ମିଳିଥିବା ପ୍ରତିଶୃତିର ପୁନଃରାଲୋଚନା କରି ପୁଲିସ କର୍ତ୍ତୃପକ୍ଷଙ୍କ ସହଯୋଗ କାମନା କରାଯାଇଥିଲା । ଶେଷରେ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ପିଙ୍ଗୁଆ ଏଣିକି ପ୍ରତ୍ୟେକ ମାସର ଶେଷ ସପ୍ତାହରେ ଏହି ବୈଠକ ଅନୁଷ୍ଠିତ ହେବାସହ ଆଲୋଚିତ ସମସ୍ୟା ଗୁଡିକର ପର୍ଯ୍ୟାୟ କ୍ରମେ ସମାଧାନ କରାଯିବାର ପ୍ରତିଶୃତି ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
