*ନୂଆପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସର ମଧ୍ୟରେ ମହିଳା ଶକ୍ତି ବନ୍ଦନ୍ ବିଲ କୁ ସମର୍ଥନ ଏବଂ ବିରୋଧୀ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବିରୋଧରେ ମହିଳାମାନେ ରାଜରାସ୍ତାରେ*
ନୂଆପଡା(ମିଖାଏଲ ନନ୍ଦ)
ତା: ୨୫.୦୪
ନୂଆପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସର ମଧ୍ୟରେ ମହିଳାମାନେ ନାରୀ ଶକ୍ତି ବନ୍ଦନ ବିଲ କୁ ସମର୍ଥନ ଜଣାଇବା ସହ ମହିଳାଙ୍କ ପାଇଁ ଲୋକସଭାରେ ସ୍ଥାନ ସଂରକ୍ଷଣ ସପକ୍ଷରେ ବାହାରି ଥିବା ବେଳେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବିରୋଦ୍ଧରେ ରାଜ୍ୟ ରାସ୍ତାରେ ଓହ୍ଲାଇଛନ୍ତି। ଦଳୀୟ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଅଛି। ଜିଲ୍ଲା ସଭାପତି ଙ୍କ ନେତୃତ୍ୱ ରେ ଖରୀଆର ରୋଡ ଅଧ୍ୟକ୍ଷା ଡଃ ସୋନିଆ ଜୈନ, ପୁଷ୍ପାଞ୍ଜଳୀ ପାଣ୍ଡେ,ଙ୍କ ସମେତ ଶତାଧିକ ମହିଳା ଆଗେଇ ଆସି ଥିଲେ। ପୋଲିସ ପଡ଼ିଆ ସାଂସ୍କୃତିକ ରଙ୍ଗମଞ୍ଚ ରେ ସଭା ଅନୁଷ୍ଥିଥୋଇଥିଲା। ଏକ ଶୋଭାଯାତ୍ରା ନୂଆପଡ଼ା ନଗର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ କୁ ପହଞ୍ଚିଥିଲା। ଡଃ ସୋନିଆ ଜୈନ ନେତୃତ୍ୱରେ ଏକ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲା ପ୍ରଭାରୀ ଆର୍ତ୍ତ ଭାଇ,ଯଦୁମଣି ପାଣିଗ୍ରାହୀ, ଚତୁର୍ଭୁଜ ଶର୍ମା, ସରୋଜ ସାହୁ, ଦିଲୀପ ନିର୍ମଳକର, ସୁଶାନ୍ତ ପତି, ଅଜିତ୍ ଚାଲାଣ, ଅଭିନନ୍ଦନ ପଣ୍ଡା ସମେତ ବହୁ ନାରୀ କର୍ମୀ ସାମିଲ ହୋଇଥିଲେ।
