ବାରକୋଟର ଐତିହାସିକ ‘କଲା ଚନ୍ଦନ ଯାତ୍ରା’ରେ ସାମିଲ ହେବା ମୋ ପାଇଁ ଏକ ଅମୂଲ୍ୟ ସୌଭାଗ୍ୟର ଅନୁଭୂତି ରହିଛି। ଏହି ଚନ୍ଦନ ଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ ଆମ ସମୃଦ୍ଧ ଓଡ଼ିଆ ସଂସ୍କୃତି, ଅନନ୍ୟ ପରମ୍ପରା ଓ ଗଭୀର ଆଧ୍ୟାତ୍ମିକ ଚେତନାର ଏକ ଜ୍ୱଳନ୍ତ ପ୍ରତୀକ।
କଲା ଗ୍ରାମରେ ଆୟୋଜିତ ଏହି ପାରମ୍ପରିକ ଯାତ୍ରାର ନିଜସ୍ୱ ଗୌରବମୟ ଇତିହାସ ରହିଛି। କାଳକ୍ରମେ ଏହାର ପ୍ରଭାବ ଓ ପ୍ରସାର କେବଳ ଏକ ଗ୍ରାମ କିମ୍ବା ଅଞ୍ଚଳରେ ସୀମିତ ରହିନାହିଁ; ବରଂ ସମଗ୍ର ଦେବଗଡ଼ ଜିଲ୍ଲାର ଗୌରବ ଓ ପରିଚୟରୂପେ ପରିଣତ ହୋଇଛି।
ଏହି ପର୍ବ ଆମକୁ ଶୃଙ୍ଖଳିତ ଜୀବନଶୈଳୀ, ସାମାଜିକ ଏକତା ଓ ସହଯୋଗର ମୂଲ୍ୟ ବୋଝାଇଥାଏ। ଏହା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଏକ ଶକ୍ତିଶାଳୀ ଉତ୍ସ ହେବା ସହିତ ସମାଜକୁ ସଠିକ୍ ଦିଗଦର୍ଶନ ଦେଇ ଆସୁଛି।
ଏହିପରି ଐତିହ୍ୟବାହୀ ପର୍ବମାନଙ୍କୁ ସୁରକ୍ଷିତ ରଖିବା ଓ ପ୍ରଚାର-ପ୍ରସାର କରିବା ଆମ ସମସ୍ତଙ୍କର
