ଅବସରପ୍ରାପ୍ତ କର୍ମଚାରୀଙ୍କ ଦାବିପତ୍ର ପ୍ରଦାନ
ବେତନଟୀ….ବେତନଟୀ ବ୍ଳକର ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ଜାତୀୟ ଦାବିଦିବସ ପାଳନ ପରିପ୍ରେକ୍ଷୀରେ ସ୍ଥାନୀୟ ବି.ଡ଼ି. ଓ.ସୁଶାନ୍ତ କୁମାର ସୂତାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ସମ୍ମିଳିତ ପତ୍ର ପ୍ରଦାନ କରାଯାଇଅଛି । ସଂଘର ସଭାପତି ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ ଓ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ନେତୃତ୍ଵରେ ୧୫ ଜଣ ସଦସ୍ୟ ଓ କର୍ମକର୍ତ୍ତାଙ୍କ ଉପସ୍ଥିତି ସହ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଡାକଯୋଗେ ଅନ୍ୟ ଏକ ଦାବିପତ୍ର ପ୍ରେରଣ କରାଯାଇଥିଲା । ଏଥିରେ ରବୀନ୍ଦ୍ରନାଥ ମିଶ୍ର , ହରେନ୍ଦ୍ରନାଥ ବାରିକ,ଗଣେଶ ଚନ୍ଦ୍ର ସାହୁ, ରାଧାକ୍ରିଷ୍ଣ ପାତ୍ର, ବାସୁଦେବ ନାପିତ, ଯତୀନ୍ଦ୍ରନାଥସାହୁ, ସହଦେବ ଗିରି, କମଳ ଲୋଚନ ମହାପ।ତ୍ର ଦୁର୍ଯୋଧନ ସିଂ, ରାମଚନ୍ଦ୍ର ପଣ୍ଡା,ଗୁରୁଚରଣ ଭୂୟାଁ । ରବି ନାରାୟଣ ପୃଷ୍ଟି, ଗୌରଚନ୍ଦ୍ର କଲିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସଂସଦରେ ଗୃହୀତ ମାର୍ଚ୍ଚ ୨୦୨୫ ର ଭାଲିଡେସନ ଆଇନକୁ ଉଚ୍ଛେଦକରି ପୂର୍ବବତ୍ ପେନସନ ଭୋଗୀକୁ ସୁବିଧା ପ୍ରଦାନ ଏବଂ ୮ମ ବେତନ କମିଶନ ଲାଗୁ କରିବା, ରେଳ ଓ ବସରେ ରିହାତି, ଚିକିତ୍ସା ଭତ୍ତା ପ୍ରଦାନ ସହ ପେନସନ ବିଭାଗର ପୁନଃ ପ୍ରଚଳନ ଭଳି ମୁଖ୍ୟ ଦାବି ଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ ରହିଅଛି ବୋଲି ସମ୍ପାଦକ ଶ୍ରୀ ମହାନ୍ତି ଜଣାଇଛନ୍ତି ।
