*ନୂଆପଡ଼ାରେ କବି ଶ୍ରୀ ଜୟଦେବ ଜୟନ୍ତୀ ଉପଲକ୍ଷେ କବିତା ପାଠୋତ୍ସବ ଆୟୋଜିତ।*
ନୂଆପଡ଼ା(ମିଖାଏଲ ନନ୍ଦ)
୨୦/୦୪:
ନୂଆପଡାରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ କବି ଶ୍ରୀ ଜୟଦେବ ଜୟନ୍ତୀ ଉପଲକ୍ଷେ ସଦରମହକୁମା ସ୍ଥିତ ସଦଭାବନା ସଭାଗୃହରେ ଏକ ଭବ୍ୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କବି ବାସୁଦେବ ସୁନାନୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବାବେଳେ ଶ୍ରୀମତୀ ଗୀତାଶ୍ରୀ ପ୍ରିୟମ୍ବଦା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମହାନ କବି ଜୟଦେବଙ୍କ ଜୀବନ ଓ ସାହିତ୍ୟ ସାଧନା ବିଷୟରେ ଉଦ୍ବୋଧନ ରଖିଥିଲେ।
ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବି ଓ କବିତ୍ରୀମାନେ ଜୟଦେବଙ୍କ ସ୍ମୃତିରେ ନିଜନିଜ କବିତା ପାଠ କରି କାର୍ଯ୍ୟକ୍ରମକୁ ସାହିତ୍ୟମୟ କରିଥିଲେ। ଶିକ୍ଷକ ଓ କବି ସୁଶାନ୍ତ କୁମାର ମୁଣ୍ଡ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ଜିଲ୍ଲାପାଳ ଏହି ପ୍ରକାର ସାହିତ୍ୟିକ କାର୍ଯ୍ୟକ୍ରମ ପ୍ରତି ଲୋକମାନଙ୍କ ମଧ୍ୟରେ ଥିବା ଆଗ୍ରହକୁ ସ୍ୱାଗତ କରି ସନ୍ତୋଷ ବ୍ୟକ୍ତ କରିଥିଲେ। ସେ ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ ବ୍ଲକ ସ୍ତରରେ ମଧ୍ୟ ଆୟୋଜିତ ହେବାକୁ ଆଶା ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ଧନ୍ୟବାଦ ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ସହିତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
