କାର୍ ଧକ୍କାରେ ମହିଳା ମୃତ
ବେଲଗୁଣ୍ଠା,୧୯/୦୪-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଗଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଭଞ୍ଜନଗର ପୋଷ୍ଟ୍ ଅଫିସ ରେ କାର୍ଯ୍ୟରତ ଜନୈକ କର୍ମଚାରୀ ନିଜ କାର ଯୋଗେ ଆସିକl ରୁ ରାତ୍ର ଆଠ ଘଣ୍ଟ ସମୟରେ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ଇନ୍ଦନପୁର ଛକ ନିକଟରେ ସେହି ଗ୍ରାମର ଇଲ୍ଲାସ ସ୍ୱାଇଁ ନାମକ ଜଣେ ମହିଳା(୬୦) ରାସ୍ତା ପାର ହେଉଥିବା ବେଳେ କାର ସମ୍ମୁଖକୁ ଚାଲି ଆସିଥିଲେ। ଫଳରେ ମହିଳା ଜଣଙ୍କ କାର ଧକ୍କାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ I କାର ଚାଳକ ଜଣଙ୍କ ସ୍ଥାନୀୟ ଲୋକଙ୍କ ସହାୟତାରେ ମହିଳା ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଇଲାସ ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
