ଆମ ଗାଁ ଆମ ପରିଚୟ ତରଫରୁ ଜନ ସାଧାରଣ ଙ୍କ ପାଇଁ ସୁନ୍ଦର ଭେଟି |
ବିଞ୍ଝାରପୁର /୧୬/୦୪/ସରୋଜ କୁମାର ଧଳ,
ନମସ୍କାର,ଧର୍ମ ଓ ଆଧ୍ୟାତ୍ମିକତା ଭାରତୀୟ ସଂସ୍କୃତିର ମୂଳଦୁଆ।କିନ୍ତୁ ବିଡ଼ମ୍ବନାର ବିଷୟ ଆମେ ଆମ ସନାତନ ଧର୍ମ,ମହାନ୍ ସଂସ୍କୃତି ଓ ପରମ୍ପରା ଭୁଲି ପାଶ୍ଚାତ୍ୟର ପ୍ରଭାବରେ ପ୍ରଭାବିତ ଏବଂ ପାଲାଭଳି ଏକ ନିଆରା ସଂସ୍କୃତି,କଳା ଓ ପରମ୍ପରା ପାଶ୍ଚାତ୍ୟ ଦ୍ୱାରା ଏହା ପ୍ରଭାବିତ। ତେଣୁ ଦୀର୍ଘଦିନ ଧରି ବନ୍ଦ ହୋଇଯାଇଥିବା,ବିଲୁପ୍ତ ପ୍ରାୟ ଆମ ଅଞ୍ଚଳର ପାଲା ଆମ ଗାଁ ଆମ ପରିଚୟ କମିଟି ଦ୍ୱାରା ପୁନର୍ବାର ଉଜ୍ଜୀବିତ ରଖିବାପାଇଁ ଓଡ଼ିଆ ନବବର୍ଷରେ,ପଣାସଂକ୍ରାନ୍ତି ଦିନରେ ହନୁମାନ ମନ୍ଦିର ସମ୍ମୁଖରେ ଏହା ଏକ ଛୋଟ ପ୍ରୟାସ,ଆଗକୁ ମଧ୍ୟ ଜାରି ରହିବ।ଯେଉଁ ମାନେ ଏ ପବିତ୍ର କାର୍ଯ୍ୟରେ ଅଂଶ ଗ୍ରହଣ କରି ଅକ୍ଲାନ୍ତ ଶ୍ରମଦାନ କରିଛନ୍ତି ସେମାନଙ୍କ ନାମ ଉଲ୍ଲେଖ ନକଲେ ମୋର ବ୍ୟକ୍ତିଗତ ଭାବରେ ଅବଶୋଷ ରହିଯିବ।ସେ ଆଧ୍ୟାତ୍ମିକ,ସଂସ୍କୃତିସମ୍ପାନ ଓ କଳପ୍ରୀୟ ବ୍ୟକ୍ତି ମାନେ ହେଲେ,ଶ୍ରୀ ଯୁକ୍ତ ରାମଚନ୍ଦ୍ର ନାୟକ,ମନ୍ମଥ ସାହୁ,ଚିନ୍ମୟ କୁମାର ଦାସ,ବିପିନ ବିହାରୀ ଦାସ, ପ୍ରଫୁଲ୍ଲ କୁମାର ଦାସ,ପପୁ, ସାଉଁଟି,ନିଧି,ସୁଲେଖା, ଅଶୋକ,ବ୍ରଜ,କାଳିଆ,ପିଣ୍ଟୁ,ବୁବୁନା,ବାବି,ସୁଦାମ,ଅରୁଣ ଓ ଅଜଣାରେ ରହିଯାଇଥିବା ବ୍ୟକ୍ତି ସମସ୍ତଙ୍କୁ ହାର୍ଦ୍ଦିକ ସାଧୁବାଦ ଓ ଅଶେଷ ଅଶେଷ ଧନ୍ୟବାଦ।
