ସେବାର ପ୍ରତୀକ ବସନ୍ତ ମଞ୍ଜରି ଙ୍କ ପରଲୋକ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏରଡ଼ଙ୍ଗା ଗ୍ରାମ ପଞ୍ଚାୟତ ଗୋପାଳପୁର ଗ୍ରାମର ମହୀୟସୀ ମହିଳା ବସନ୍ତ ମଞ୍ଜରୀ ଜେନା (୮୫)ଙ୍କ ପରଲୋକ ହୋଇଯାଇଛି। କିଛିଦିନ ଧରି ସେ ଅସୁସ୍ଥ ଥିଲେ ବି ଘରେ ରହି ଚିକିତ୍ସାଧୀନ ଥିଲେ। ସେ ଥିଲେ ଜଣେ ସେବା ମନୋଭାବ ର ପ୍ରତୀକ। ତାଙ୍କର ମୃତ୍ୟୁର ଖବର ପାଇ ବହୁ ଲୋକ ତାଙ୍କ ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସ୍ଵର୍ଗତ ଜେନା ଙ୍କ ବଡ଼ପୁଅ ତାରାକାନ୍ତ ଜେନା ଆଗରୁ ପଞ୍ଚାୟତ ସମିତି ସଭ୍ୟ ଥିବା ବେଳେ ବିଜେଡି ଦଳର ସେ ଥିଲେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ, ତାଙ୍କ ମାଆଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ବେହେରା, ବିଜେଡି ବ୍ଲକ ସଭାପତି ଦେବାଶିଷ ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ଗୌତମ ପାଲିତ ଓ ଅନ୍ତର୍ଯ୍ୟାମି ରାଉତ ପ୍ରମୁଖ ପହଁଚି ଶେଷ ଦର୍ଶନ କରି ଉପସ୍ଥିତ ପରିବାରଙ୍କୁ ସାନ୍ତ୍ୱନା ଦେଇଥିଲେ। ତାଙ୍କ ପରିବାର ପକ୍ଷରୁ ସାନପୁଅ ଦିପ୍ତିକାନ୍ତ ଜେନା, ଦୁଇ ବୋହୂ ଓ ନାତି ନାତୁଣୀ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ବଡ଼ ପୁଅ ତାରାକାନ୍ତ ଜେନା ମୁଖାଗ୍ନି ଦେଇଥିଲେ ।
