
ସୋର ରେ ଆୟୁଷ୍ମାନ ହେଲଥ୍ କାର୍ଡ ବଣ୍ଟନ।
ସୋର ବ୍ଲକ ଅର୍ନ୍ତଗତ ଅନନ୍ତପୁର ଡାକ୍ତରଖାନା ପରିସରରେ ଆଜି ସନ୍ଧ୍ୟା ରେ ଆୟୁଷ୍ମାନ ହେଲଥ୍ କାର୍ଡ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମାଧ୍ୟମରେ ଷ୍ମାଟ କାର୍ଡ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ଗୋଲକ ପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ ଆୟୁଷ୍ମାନ କାର୍ଡ ଉପଭୋକ୍ତା ଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲେଶ୍ବର ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ବରିଷ୍ଠ ନେତା ଚନ୍ଦ୍ରଶେଖର ମହାପାତ୍ର, ପ୍ରବୀର ଶଙ୍କର ଦାଶ, ମଣ୍ଡଳ ସଭାପତି ସିଦ୍ଧାର୍ଥ ଶଙ୍କର ବେହେରା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶିକାନ୍ତ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ। ଏଥିରେ ପ୍ରାୟ ପ୍ରଥମ ପର୍ଯ୍ୟାୟରେ ଆସିଥିବା ୫୦ ଜଣ ଉପଭୋକ୍ତା ଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଥିଲା। ଉପସଭାପତି ଶ୍ରୀ ମହାପାତ୍ର ଏହି କାର୍ଡ ସମ୍ପର୍କରେ ଜନସାଧାରଣଙ୍କୁ ବିସ୍ତୃତ ସୂଚନା ଦେଇଥିଲେ।