*ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା ରେ କାର୍ଯ୍ୟାଦେଶ ବଣ୍ଟନ ସମାରୋହ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୮.୦୪.
ସହର ରେ ମୁଣ୍ଡ ଉପରେ ପକ୍କା ଛାତ ପ୍ରତ୍ୟେକ ପରିବାରର ସ୍ୱପ୍ନ ଅଟେ। ନିଜ ଦୈନନ୍ଦିନ କାର୍ଯ୍ୟ କରି ପାରିବା ଗୁଜରାଣ ମେଣ୍ଟାଇବା ରେ ସମସ୍ତ ଅର୍ଥ ଶେଷ ଓ ନିଅଣ୍ଟ ଦେଉଥିବା ବେଳେ ଘର ଖଣ୍ଡେ ଚିନ୍ତା ବାହାରେ। ତେଣୁ ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା ରେ କାର୍ଯ୍ୟାଦେଶ ବଣ୍ଟନ ସମରୋହ ଅନୁଷ୍ଠିତ ହୋଇ ଯାଇଅଛି। ଏହା ଦ୍ବାରା ସମସ୍ତ ପରିବାର ଙ୍କ ସ୍ୱପ୍ନ ସାକାର ହେବାକୁ ଲାଗୁଅଛି। ଏହି ସମାରୋହରେ ଏନ୍ ଏ ସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ୍, ନିର୍ବାହୀ ଅଧିକାରୀ କମଲା ସନ୍ ରଥ, ଉପାଧ୍ୟକ ନିଶାନ୍ତ ଡାଗା, ୱାର୍ଡ ସଭ୍ୟ ସନ୍ଦୀପ ଶର୍ମା, ସମାଜସେବୀ ଗୋଲାଡି ଅଗ୍ରୱାଲ, ୱାର୍ଡ ସଭ୍ୟ ସଭ୍ୟା ସାମିଲ ହୋଇ ପରିବାରଙ୍କ ସ୍ୱପ୍ନ କୁ ସାକାର କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରୁଛନ୍ତି।
