
ନିଜସ୍ଵ ଇଚ୍ଛାରେ ବିଜେଡ଼ି ରେ ସାମିଲ ହେଲେ ବଡ଼ ଗୁଡ଼ା ଗ୍ରାମର 40 ରୁ ଉର୍ଦ୍ଧ ପରିବାର ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ର ବଡ଼ ଗୁଡ଼ା ଗ୍ରାମର 40 ରୁ ଉର୍ଦ୍ଧ ପରିବାର ଆଜି ବିଜେଡ଼ି ରେ ସାମିଲ ହେଲେ | ନିଜସ୍ଵ ଇଚ୍ଛା ରେ ଆଜି ବଡ଼ ଗୁଡ଼ା ଗ୍ରାମର ଲୋକମାନେ ଗତ କାଲି ନିଜ ଗ୍ରାମରେ ଗ୍ରାମସଭା କରି ବିଜେଡ଼ି ସାମିଲ ହେବା ପାଇଁ ନିଷ୍ପତି ନେଇ ପାରଳା ବିଧାୟକ ଇଁ ରୁପେଶ ପାଣିଗ୍ରାହୀ ଙ୍କ ଅଫିସ ରେ ପହଁଞ୍ଚି ଆଜି ବିଜେଡ଼ି ରେ ସାମିଲ ହେଇଛନ୍ତି | ଦୀର୍ଘ ବର୍ଷ ଧରି ବିଜେପି ରହୁ ଥିଲେ କିନ୍ତୁ ବିଜେପି ର କାର୍ଯ୍ୟ କଳାପ ଏବଂ ବଡ଼ ଗୁଡ଼ା ଗ୍ରାମ ପ୍ରତି କୌଣସି ପ୍ରକାର ଉର୍ନତି ମୂଳକ କାର୍ଯ୍ୟ ବିଜେପି କରୁ ନ ଥିବା ଯୋଗୁ ବଡ଼ଗୁଡ଼ା ଗ୍ରାମରୁ 40 ରୁ ଉର୍ଦ୍ଧ ପରିବାର ବିଜେଡ଼ି ସାମିଲ ହେଇ ଛନ୍ତି ଏହି ମିଶ୍ରଣ ପର୍ବରେ ପାରଳା ବିଧାୟକ ଇଁ ରୁପେଶ କୁମାର ପାଣିଗ୍ରାହୀ ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ସଂଯୁକ୍ତା ବେହେରା ଜିଲ୍ଲା ଯୁବ ସଭାପତି ଲେଙ୍କା ସୀମାଦ୍ରୀ, ବିଜେଡ଼ି ର ବରିଷ୍ଠ ନେତା ରାଜୁ ବେହେରା ଏବଂ ସିମନ ମଣ୍ଡଳ ଓ ରମେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ
