ଶ୍ରୀ ଗୌରୀ ନୀଳକଣ୍ଠେଶ୍ଵର ସ୍ବାମୀ ମନ୍ଦିର ବାର୍ଷିକ ଉତ୍ସବ ରେ ଯୋଗଦେଲେ ବିଧାୟକ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ମିଲ୍ଲୁ ଭୂରିଗାଁ ନିକଟ ରେ ଥିବା ଶ୍ରୀ ଗୌରୀ ନୀଳକଣ୍ଠେଶ୍ଵର ସ୍ବାମୀ ମନ୍ଦିର ର ପ୍ରଥମ ବାର୍ଷିକ ଉତ୍ସବ ରେ ଯୋଗଦେଲେ ବିଧାୟକ ରୂପେସ ପାଣିଗ୍ରାହୀ , ପ୍ରଥମେ ସକାଳ ସମୟରେ ଶୁଭସ୍ତମ୍ବ ସ୍ଥାପନ କରାଗଲା ପରେ ବିଘେଶ୍ୱର୍ ପୂଜା ସହ ଜଳାଭିଷେକ, ପଞ୍ଚାବୃତ୍ ଅଭିଷେକ ଓ ସାମୁହିକ ରୁଦ୍ରାଅଭିଷେକ କାର୍ଯ୍ୟ ହୋଇଥିଲା , ସନ୍ଧ୍ୟା ସମୟରେ କୁକୁମ ପୂଜା ଓ ଗାଲି ନୀଳକଣ୍ଠେଶ୍ଵର ସ୍ବାମୀ ଙ୍କ ନଗର ପରିକ୍ରମା ହୋଇଥିଲା , ସମସ୍ତ କାର୍ଯ୍ୟକ୍ରମ ରେ ବିଧାୟକ ରୁପେଶା ପାଣିଗ୍ରାହୀ ଯୋଗଦେଇ ଶ୍ରୀ ଗୌରୀ ନୀଳକଣ୍ଠେଶ୍ଵର ଙ୍କ ଅଶ୍ରିବାଦ ନେଇଥିଲେ । ଏହି ଅବସର ରେ ଅର୍ଣ୍ଣ ପ୍ରସାଦ ସେବନ ରେ ହଜାର ହଜାର ଭକ୍ତ ସାମିଲ ହୋଇ ପ୍ରସାଦ ସେବନ କରି ବହୁ ଆନନ୍ଦ ରେ ଫେରିଥିଲେ, ଏହି ପୂଜା ହୁମ କାର୍ଯକ୍ରମ ରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ଦେବୀ ଆନୁଷ୍ଠାନିକ ଭାବେ ପୂଜାର୍ଚ୍ଚନା କରିଥିଲେ ,ଏହି କାର୍ଯ୍ୟକ୍ରମରେ ବିଧାୟକ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ବିରରାଜୁ, ସହ ସମସ୍ତ ସରପଞ୍ଚ ସମିତି ଉପସ୍ଥିତ ଥିଲେ।
