ମହେଶ୍ୱର ଉଚ୍ଚ ବିଦ୍ୟାଳୟରେ ରେ ଗଣେଶ ମନ୍ଦିର ପ୍ରତିଷ୍ଠା। ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ସ୍ଥିତ ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅଗ୍ରପୂଜ୍ୟ ବିଦ୍ୟାଦାତା ପ୍ରଭୁ ଶ୍ରୀଗଣେଶଙ୍କ ଏକ ମନ୍ଦିର ପ୍ରତିଷ୍ଠା କରାଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଜେନା ମୁଖ୍ୟ କର୍ତ୍ତା ଭାବେ ପୂଜା ସଂମ୍ପର୍ଣ୍ଣ କରିଥିଲା ବେଳେ ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏଥି ନିମନ୍ତେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବୀର କିଶୋର ମହାନ୍ତି, ଯୋଗେନ୍ଦ୍ର ନାଥ ଦାଶ, ହିମାଂଶୁ ସାହୁ, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ରାଜକିଶୋର ସାହୁ, ସ୍ବର୍ଣ୍ଣଲତା ପରିଡ଼ା, ପଞ୍ଚସଖା ଶିକ୍ଷା ସେତୁର ଅଧ୍ୟକ୍ଷ ଅଲେଖ ବିହାରୀ ସାହୁ, ମନ୍ଦିର ପ୍ରତିଷ୍ଠା କରିବାର ମୁଖ୍ୟ ବିନ୍ଧାଣୀ ଜ୍ଞାନ ରଞ୍ଜନ ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ସୀମା ସ୍ବାଇଁ, ସିଆରସିସି ସୋନା ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ମହାରଣା, ଗଣେଶ ସାହୁ, ଅସିତ୍ ମହାରଣା ଓ କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପ୍ରଭୁ କୃପା ଲାଭ କରିଥିଲେ ଓ ପ୍ରସାଦ ସେବନ କରିଥିଲେ।
