ଏକତା ସମାହିତା ପ୍ରକଳ୍ପ ଦ୍ୱାରା ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ…
ଗଜପତି ( ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜଲାଙ୍ଗ ପଞ୍ଚାୟତରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଶ୍ରୀକାକୁଲମ ଜିଲ୍ଲାର ଜେମ୍ସ ହସ୍ପିଟାଲ ର ଏକ ଡାକ୍ତର ଦଳର ସହଯୋଗରେ ମାଗଣା ଚକ୍ଷୁ ଏବଂ ସାଧାରଣ ରୋଗର ଚିକିତ୍ସା କରାଯାଇ ଔଷଧ ବିତରଣ କରାଯାଇଥିଲା। ଏଥିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଲୋକ ସ୍ବାସ୍ଥ୍ୟ ସେବାର ଲାଭ ପାଇଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ବାସ୍ଥ୍ୟ ପାଇଁ ଏକତ୍ର ହେବା ଏବଂ ବିଜ୍ଞାନ ସହିତ ଛିଡା ହେବା। ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହିବା। ଏହି କାର୍ଯ୍ୟକ୍ରମ କୁ ଭେଙ୍କେଟେଶ ସେନାପତି ପରିଚାଳନା କରିଥିବାବେଳେ ତେଜସ୍ପିନି ଦେବୀ ଏବଂ ସମାହିତ ସଂଗଠନର ଟିମ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
