*ନୂଆପଡା ଜିଲ୍ଲା ସ୍ତରୀୟ ମାରାଗୁଡା ମହୋତ୍ସବ ୨୦୨୬ ଉଦଯାପିତ, ପ୍ରାଚୀନ ମାରାଗୁଡା ସଭ୍ୟତା ମହନୀୟ ସଂସ୍କୃତି, ଅନନ୍ୟା ପରମ୍ପରା ସହିତ ଆନ୍ତରିକତା ମହୋତ୍ସବ କୁ ଦୀର୍ଘାୟୁ କରେ – ବିଧାୟକ ଅଧିରାଜ ପାଣିଗ୍ରାହୀ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୫.୦୪.
ନୂଆପଡ଼ା ଜିଲ୍ଲା ମାରାଗୁଡା ମହୋତ୍ସବ -୨୦୨୬ ଉଦଯାପିତ ହୋଇଅଛି। ଉଦ୍ଯାପନୀ ସନ୍ଧ୍ୟା ରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରାଚୀନ ମାରାଗୁଡା ସଭ୍ୟତାର ମହନୀୟ ସଂସ୍କୃତି, ଅନନ୍ୟା ପରମ୍ପରା ରହିଅଛି। ଏହାର ଉଜ୍ଜୀବିତ କରିବା ସହ ଆନ୍ତରିକତା ମହୋତ୍ସବ କୁ ଦୀର୍ଘାୟୁ କରେ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, କୋମନା ବ୍ଲକ୍ ଅଧ୍ୟକ୍ଷା ଅନୁସୟା କୁମ୍ଭାର, ଖରିଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ.ସୋନିଆ ଜୈନ୍, ଯୋଗ ଦେଇଥିବା ବେଳେ ପଦ୍ମଶ୍ରୀ ମହେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ପୁଷ୍ପାଞ୍ଜଳୀ ଗୁଆଳ ପ୍ରମୁଖ ଯୋଗ ଦେଇଥିଲେ। ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ବିମୋହିତ ଜନତା।
