*ଶିଶୁ ସେବୀକା ନିଯୁକ୍ତିରେ ଅନିୟମିତତା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ*
ବସ୍ତା:- ୦୫/୦୪ (ସେଖ ଆଜାରୁଦ୍ଦିନ) ନି.ପ୍ର
ବସ୍ତା ଥାନା ଅଧିନସ୍ଥ ସଦର ବ୍ଲକ ବିଞ୍ଝ ଗ୍ରାମରେ ଥିବା ବିଞ୍ଝ ନୋଡାଲ ପ୍ରାର୍ଥମିକ ବିଦ୍ଯାଳୟରେ ଶିଶୁ ସେବୀକା ପାଇଁ ନିଯୁକ୍ତି ପ୍ରକାଶ ପରେ ସେହି ଗ୍ରାମର ୬ଜଣ ଆବେଦନ କରିଥିଲେ। ହେଲେ ଭେରିଫିକେସନ ଦିନ ଘନଶ୍ଯାମ ଜେନା ସ୍ତ୍ରୀ ପୂଜାସ୍ମୀତା ଜେନା, ସୁଜିତ ରାଉତ ସ୍ତ୍ରୀ ସ୍ବପ୍ନା ମଣୀ ରାଉତ, ନିଳକଣ୍ଠ ସେଠୀ ସ୍ତ୍ରୀ କବିତାଧଳ ଓ ବରେନ୍ଦ୍ର ନାୟକ ସ୍ତ୍ରୀ ମିନତୀ ନାୟକ ଏହି ୪ଜଣ ଉପସ୍ଥିତ ଥିଲେ। ହେଲେ ମିନତୀ ଧଳ(୩୮) ଶିକ୍ଷାଗତ ଯୋଗ୍ଯତା ବିଏ ଥିବା ସ୍ଥଳେ ଗାଇଡ ଲାଇନ ଅନୁସାରେ ଶିଶୁ ସେବୀକା ଭାବେ ନିଯୁକ୍ତି ପାଇବାର ହକଦାର ଥିବା ବେଳେ ପର ମୂହୁର୍ତ୍ତରେ ଫଳାଫଳ ଜଣାଇ ଦିଆଯିବ ବୋଲି ପର୍ଯ୍ୟବେକ୍ଷକ ଦାଇତ୍ବରେ ଥିବା ରଶ୍ମି ବାବୁ କହିଥିଲେ। ମାତ୍ର ବିଦ୍ଯାଳୟର ବିଓଲ ଶିକ୍ଷୟତ୍ରୀ ସସ୍ମୀତା ରାଉତ ସେହି ଗ୍ରାମର ଝିଅ ରୁତ୍ତୁ ପୂର୍ଣ୍ଣା ନାୟକକୁ ଶିଶୁ ସେବୀକାରେ ନିଯୁକ୍ତି ଦିଆଯାଇଛି ବୋଲି କହିଛନ୍ତି। ଯାହାଫଳରେ ଏହି ଘଟଣାକୁ କେନ୍ଦ୍ରକରି ବିଞ୍ଝ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରକାଶ ଥାଉ କି ୧୩ ଓ ୧୪ ନମ୍ବର ୱାର୍ଡରେ ଥିବା ବିଞ୍ଝ ନୋଡାଲ ପ୍ରାଥମିକ ବିଦ୍ଯାଳୟ।ଯଦି ୧୩ ନମ୍ବର ୱାର୍ଡରେ ଥିବା ଆବେଦନକାରୀ ସେବିକାରେ ନିଯୁକ୍ତି ପାଇ ପାରୀବେ ହେଲେ ୧୪ ନମ୍ବର ୱାର୍ଡର ଶିଶୁ ମାନେ ସେହି ବିଦ୍ଯାଳୟକୁ କାହିଁକି ପାଠ ପଢିବାକୁ ଯିବେ ବୋଲି କବିତା ଧଳ ଓ ଗ୍ରାମ ବାସୀ ପ୍ରଶ୍ନ କରିଛନ୍ତି। ଏ ନେଇ ଶ୍ରୀମତୀ ଧଳ ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଛନ୍ତି। ତେବେ ସରକାରଙ୍କ ଗାଇଡ ଏସି.ଏସ ଟି ମହିଳା ପାଇଁ ଅଗ୍ରଧିକାର ଥିବା ବେଳେ କେମିତି ଜଣେ ଅବିବାହିତା ଝିଅକୁ ଚୟନ କରାଯାଇଛି। ସରକାରଙ୍କ ଗାଇଡ ଲାଇନକୁ ଖୋଲାଖୋଲି ଭାବେ ଉଲଙ୍ଘନ କରି ସେବୀକା ଚୟନରେ ପାତର ଅନ୍ତର କରାଯାଇଛି ବୋଲି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।ଏନେଇ ଜିଲ୍ଲାପାଳ ଯଥାଶିଘ୍ର ପଦକ୍ଷେପ ନ ଗ୍ରହଣ କଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଶ୍ରୀମତୀ ଧଳ ପ୍ରକାଶ କରିଛନ୍ତି। ଏହି ଘଟଣାରେ ନୋଡାଲ ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଦେବବ୍ରତ ମାଝୀ, ବିଓଲ ସସ୍ମୀତା ରାଉତ ଏବଂ ଟେମ୍ପୁରାରୀ ଭାବେ ବିଓଲ କାର୍ଯ୍ଯ କରୁଥିବା ସେହି ଗ୍ରାମର ସନାତନ ନାୟକ ସେବୀକା ମନୋନିତ କରିଛନ୍ତି ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ତେବେ ସଦର ବ୍ଳକରୁ ଆସିଥିବା ପର୍ଯ୍ୟବେକ୍ଷକ ରଶ୍ମୀ ବାବୁ କାହା ନିର୍ଦ୍ଦେଶରେ ଏହିଭଳି ଅନିୟମିତତା କାର୍ଯ୍ଯ କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ ବାଢିଛନ୍ତି।
