ବୀର ସହିଦ୍ ରଘୁନାଥ ମାହାତୋଙ୍କର ୨୪୮ ତମ ସହିଦ୍ ଦିବସ ପାଳନ******
ସାରସକଣା 5/4(ନି ପ୍ର) ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ୍ ଅନ୍ତର୍ଗତ ଧାନଘେରୀ (ବଡଚାଟରା) ଗ୍ରାମ ର କୁଡୁମୀ ଭାବନ ଠାରେ ସାରସକଣା ବ୍ଲକ କୁଡୁମୀ ସେନାର ସଭାପତି କାହ୍ନୁ ଚରଣ ମହାନ୍ତ ଙ୍କ ଅଧ୍ଯକ୍ଷତା ରେ ଶହୀଦ ଦିବସ ଆୟାଜନ କରାଯାଇଥିଲା । ଏହି ସଭାରେ କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଜୈମୁନି କୁମାର ମହାନ୍ତ ଯୋଗଦାନ କରିଥିଲେ । ଏହି ସଭାରେ ଭାରତର ପ୍ରଥମ ସହିଦ୍ ସ୍ଵାଧୀନତା ସଂଗ୍ରାମୀ କ୍ରାନ୍ତିବୀର ରଘୁନାଥ ମାହାତୋଙ୍କର ଭୂମିକା ଓ ତାଙ୍କ ବଳିଦାନ ବାବଦରେ ବକ୍ତାମାନେ ଆଲୋକପାତ କରିଥିଲେ।ରଘୁନାଥ ମାହାତୋ ବର୍ତ୍ତମାନର ଝାଡଖଣ୍ଡ ରାଜ୍ୟର ସଢେଇକଳା ଖରସୁଆଁ ଜିଲ୍ଲାର ନମଡିହି ବ୍ଳକର ଘୁଟିଡିହି ଠାରେ ୧୭୩୮ ମାର୍ଚ୍ଚ ୨୧ ତାରିଖ ରେ ଜନ୍ମଗ୍ରହଣ କରିଥିଲେ।ତାଙ୍କ ବାପା କାଶୀନାଥ ମାହାତୋ (କୁଡୁମୀ ସର୍ଦ୍ଦାର) ଓ ତାଙ୍କ ମାତା କର୍ମୀ ମାହାତୋ ଗୃହିଣୀ ଥିଲେ। ସେ ଚୁଆଡ ବିଦ୍ରୋହର ମୁଖ୍ୟ ନାୟକ ଥିଲେ।ବ୍ରିଟିଶ ମାନେ ବକସାର ଯୁଦ୍ଧରେ ଜୟଲାଭ କରିବା ପରେ ବ୍ରିଟିଶ ମାନେ ୧୭୬୫ ମସିହାରେ ବିହାର ଓ ବେଙ୍ଗଲ ଅଞ୍ଚଳରୁ ଟିକସ ଆଦାୟ କରି ବାର ଅଧୁକାର ପାଇଥିଲେ, କିନ୍ତୁ ସେତେବେଳେ ଲୋକମାନେ ଏହାର ଘୋର ବିରୋଧ କରିଥିଲେ, ଯାହା ଫଳରେ କିଛି ଜମିଦାର ସାଧାରଣ ଲୋକଙ୍କ ସପକ୍ଷରେ ଓ ବାକି ଜମିଦାର ବ୍ରିଟିଶ ଙ୍କ ସପକ୍ଷରେ ଗଲେ । ୧୭୬୯ ମସିହାରେ ରଘୁନାଥ ମାହାତୋ କୁଡୁମୀ ଜାତିର ଲୋକମାନଙ୍କୁ ଏକଜୁଟ କରି ବ୍ରିଟିଶ ମାନଙ୍କ ବିରୋଧରେ ବିଦ୍ରୋହ ପାଇଁ ନେତୃତ୍ବ ନେଇଥିଲେ, ତାଙ୍କର ସ୍ଲୋଗାନ ଥିଲା – ‘ଆପନା ଗାଁଓ ଆପନା ଦୂର ଖେଦ ବ୍ରିଟିଶ ରାଜ‘ ୧୭୭୮ ମସିହା ଏପ୍ରିଲ ୫ ତାରିଖ ରେ ରଘୁନାଥ ମାହାତୋ ଏବଂ ତାଙ୍କ ଅନୁଗାମୀମାନେ ବ୍ରିଟିଶ ମାନଙ୍କର ଗୋଳା ବାରୁଦ ବନ୍ଧୁକ ଲୁଟିବା ପାଇଁ ଏକ ଯୋଜନା କରିଥିଲେ, କିନ୍ତୁ ଏହି ଲୁଟ ରେ ସେମାନେ ସଫଳ ହେଇ ନ ଥିଲେ , ଇଂରେଜ ମାନଙ୍କ ସହିତ ଘମାଘୋଟ ଲଢେଇରେ ରଘୁନାଥ ମାହାତୋ ଓ ତାଙ୍କର କିଛି ସାଥୀମାନେ ପ୍ରାଣ ହରାଇଥିଳେ ଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କୁଡୁମୀ ମହିଳା ସେନାର ଗୀତାଞ୍ଜଳି ମହାନ୍ତ, ସସ୍ମିତା ମହାନ୍ତ, ଅହଲ୍ୟା ମହାନ୍ତ, ଶକୁନ୍ତଳା ମହାନ୍ତ କୁଡ଼ୁମୀ ସେନା ର ସାଇରାମ ମହାନ୍ତ, ବିଶ୍ଵନାଥ ମହାନ୍ତ, ବିରେନ୍ଦ୍ର ମହାନ୍ତ, ଅଶୋକ ମହାନ୍ତ, ଅମ୍ବିକା ମହାନ୍ତ, ବାପୁ ମହାନ୍ତ କୁଡୁମୀ ଛାତ୍ର ସେନାର ବରୁଣ କୁମାର ମହାନ୍ତ, ପପୁ ମହାନ୍ତ ଯୋଗ ଦେଇଥିଲେ।
