ସୋରିଶିଆପଦା ଆଶ୍ରମ ବିଦ୍ୟାଳୟ ରେ ଖଡ଼ି ଛୁଆଁ ଓ ନାମ ଲେଖା କାର୍ଯ୍ୟକ୍ରମ। (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ଆୟୋଜିତ ଖଡ଼ି ଛୁଆଁ ଓ ନାମ ଲେଖା କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାଳିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁମାନନୀୟ ଶ୍ରୀଯୁକ୍ତ ହରିହର ସାହୁ ପିଲାମାନଙ୍କୁ ଓ ତାଙ୍କ ବାପା ମାଆ ମାନଙ୍କୁ ବିଦ୍ୟାଳୟ ମଣିଷ ତିଆରି କାରଖାନା ହେଉଥିବା ରୁ ଶତ ପ୍ରତିଶତ ନାମ ଲେଖାଇବା ପାଇଁ ଅନୁରୋଧ କରିଥିଲେ। ପ୍ରକୃତି ବନ୍ଧୁ ଶ୍ରୀ ସାହୁ ଙ୍କ ସହିତ ପ୍ରଧାନ ଶିକ୍ଷକ ଶ୍ରୀ ମହାଳିକ ସହକାରୀ ଶିକ୍ଷକ ନିରଞ୍ଜନ ନାୟକ, ସହକାରୀ ଶିକ୍ଷୟିତ୍ରୀ ସୁମିତ୍ରା ବେହେରା ୨୨,ଜଣ ଛାତ୍ରଛାତ୍ରୀ ମାନଙ୍କୁ ଖଡି ଛୁଆଁଇ ନାମ ଲେଖାଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ମହାଳିକ ଉପସ୍ଥିତ ପିତା ମାତା ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।
