ଶ୍ରୀରାମ ସେନା ପକ୍ଷରୁ ବିରାଟକାୟ ବାଇକ୍ ଶୋଭାଯାତ୍ରା।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଶ୍ରୀରାମ ସେନା ପକ୍ଷରୁ ଚୈତ୍ର ପୂର୍ଣ୍ଣିମା ହନୁମାନ ଜନ୍ମୋତ୍ସବ ଅବସରରେ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ଗୁରୁବାର ଅପରହ୍ନ ୪ଟା ସମୟରେ କଣ୍ଟୁଆର ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣ ରୁ ବାହାରି ଜଇପୁର ଛକ ପର୍ଯ୍ୟନ୍ତ ଏକ ବିରାଟ ବାଇକ ଶୋଭାଯାତ୍ରା ରେ ବାହାରି ସମସ୍ତ ଅଞ୍ଚଳ ବୁଲି ଲୋକମାନଙ୍କୁ ଶ୍ରୀରାମ ଙ୍କ ସମ୍ପର୍କରେ ବୁଝାଇଥିଲେ। ଦୀର୍ଘ ୩ବର୍ଷ ହେଵ ଏହି ଶୋଭାଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଏହି ଶୋଭାଯାତ୍ରାରେ ଶତାଧିକ ଶ୍ରୀରାମ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ପ୍ରଭୁ ଶ୍ରୀ ହନୁମାନ ଜନ୍ମୋତ୍ସବ ପାଳନକୁ ନେଇ ରାମ ଭକ୍ତ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ବେଳେ ଶୋଭାଯାତ୍ରାରେ ଜୟ ଶ୍ରୀ ରାମ ନାରା ଏବଂ ଜୟ ହନୁମାନ ନାରାରେ ପ୍ରକମ୍ପିତ ହୋଇଉଠିଥିଲା ସମସ୍ତ ଗ୍ରାମାଞ୍ଚଳ ଗୁଡିକ । ଏପରିକି ଭକ୍ତ ମାନେ ଗେରୁଆ ପତାକାରେ ସଜେଇ ଦେଇଥିଲେ ସମସ୍ତ ମୁଖ୍ୟ ବଜାର ଗୁଡିକ। ଜୟ ଶ୍ରୀ ରାମ ନାରା ସାଙ୍ଗକୁ ଯୁବ ଭକ୍ତ ମାନଙ୍କ ବାଇକ୍ ଶୋଭାଯାତ୍ରା ରାମ ଭକ୍ତଙ୍କୁ ସତେ ଯେପରି ସଂଜୀବନୀ କରିଦେଇଥିବାର ଦେଖିବାକୁ ମିଳିଥିଲା। ଏହି ଶୋଭା ଯାତ୍ରାକୁ ଦେଖିବାକୁ ମଧ୍ୟ କଟକ ପାରାଦୀପ୍ ରାସ୍ତାର ହଜାର ହଜାର ଦର୍ଶକଙ୍କ ଭିଡ ଜମି ଥିବା ବେଳେ ଗ୍ରାମାଞ୍ଚଳ ଗୁଡିକ ବି ଲୋକାରଣ୍ୟ ହୋଇଯାଇଥିଲା। ବହୁ ସ୍ଥାନ ମାନଙ୍କରେ ପାନୀୟ ଜଳ ଓ ଦହିର ବ୍ୟବସ୍ଥା କରାଯାଇଥିଲା। ଏହି ଶୋଭାଯାତ୍ରାରେ ବଜରଙ୍ଗ ଦଳ ଜଗତସିଂହପୁର ଶାଖା, କଟକ ସଦର ଶାଖାର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଶ୍ରୀରାମ ସେନା ପକ୍ଷରୁ ସୁମାଲ୍ୟା ମହାନ୍ତି, ଆଶିଷ ସାମଲ, ଅବିନାଶ ଚୌଧୁରୀ, ମନୋଜ କୁମାର ରାଉତରାୟ, ଉମାକାନ୍ତ ପାତ୍ର, ପ୍ରତାପ ମହାନ୍ତି, ରାକେଶ ବେହେରା, ସୁବ୍ରତ ବାରିକ, ସରିତ ମହାପାତ୍ର, ବୈଜୟନ୍ତ ସାହୁ, ବଜରଙ୍ଗ ଦଳ ପକ୍ଷରୁ ସଞ୍ଜୟ ସିଂହ, ନରେଶ କୁମାର ତ୍ରିପାଠୀ, ପ୍ରକାଶ ତ୍ରିପାଠୀ, ଦେବାଶିଷ ଦଳାଇ, ଜ୍ଯୋତି ପ୍ରକାଶ ବାରିକ, ଆଦିତ୍ୟ କୃଷ୍ଣ ମହାନ୍ତି, ବିଶ୍ୱଜିତ ବେହେରା ଓ ପ୍ରିୟାଂଶୁ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶୋଭାଯାତ୍ରାରେ ଡି ଜେ ସାଙ୍ଗକୁ ନାଚ, ଗୀତର ଏକ ମାହୋଲ ସ୍ରୁଷ୍ଟି ହୋଇଥିବା ବେଳେ ରଘୁନାଥପୁର ଥାନା ପକ୍ଷରୁ ସମସ୍ତ ପ୍ରକାରର ସୁରକ୍ଷା ପ୍ରଦାନ କରାଯାଇଥିଲା।
