ବସୋଈ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଳ
ସ୍ଥାନ ପରଜଙ୍ଗ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ,ରାଜ୍ୟର ପ୍ରତି ଗାଁରେ, ପ୍ରତି ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ଜଣେ ଅନୁଭବୀ ଶିକ୍ଷକ ଓ ମୁରବି ଭଳି ପିଲାର ମାନସିକତାକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ପିଲାଙ୍କ ମନ ଜିଣିଲା ଭଳି ପିଲାଙ୍କୁ ପଚାରିଥିଲେ ‘ମା’ଙ୍କ ନାଁ କଣ? ବାପାଙ୍କ ନାଁ କଣ? ମାମୁଁ ଘର କେଉଁଠି? କଣ ଖାଇକି ଆସିଛ? ଇତ୍ୟାଦି’। ଏହିପରି ମନକୁ ଛୁଇଁଲା ପରି କଥାବାର୍ତ୍ତା ଜରିଆରେ ସେମାନଙ୍କର ଉତ୍ସାହ ବୃଦ୍ଧି କରି ବିଦ୍ୟାରମ୍ଭକୁ ସହଜ କରିଥିଲେ l ଏହି ଅବସର ରେ ପରଜଙ୍ଗ ବ୍ଲକ କ୍ଲଷ୍ଟର ବସୋଈ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ଘଡିଛୁଆଁ ଦିବସ ବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟିତ୍ରୀ ବିନତା ସାହୁ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ,ପଙ୍କଜ ବାରିକ, ଶିକ୍ଷୟିତ୍ରୀ ଦେବକୀ ସିଂହ ଏବଂ ଅଭିଭାବକ ମାନେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ l
