ବିଶ୍ୱ ପ୍ରସିଦ୍ଧ ଗଞ୍ଜାମ ଦଣ୍ଡ ଯାତ୍ରା ଆରମ୍ଭ, ଗାଁ ଠାରୁ ସହର ପ୍ରକମ୍ପିତ ମା ଙ୍କ ଢୋଲ , ମହୁରୀ ଓ ଘଣ୍ଟ ତାଳରେ।
ଶେରଗଡ଼ , (ରିପୋର୍ଟ :- ରାଜକିଶୋର ସାବତ, ଭଞ୍ଜଦୁତ ଖବର)-,ଢୋଲ,ମହୁରୀରେ ପ୍ରକମ୍ପିତ ହେବ ଧରା I ପଣା, ଝୁଣା ମହକରେ ମହକି ଯିବ ପରିବେଶ I ବର୍ତ୍ତମାନ ବିଶ୍ୱ ପ୍ରସିଦ୍ଧ ଦଣ୍ଡ ଯାତ୍ରା ପାଇଁ ଗଞ୍ଜାମ ଜିଲ୍ଳା ଚଳଚଞ୍ଚଳ I ସମସ୍ତେ ମାନସିକ ଧାରି ନିଜେ ନିଜର ମନସ୍କାମନା ପୂରଣ କରିବାପାଇଁ ରୁଦ୍ର କାଳୀଙ୍କ ଆରାଧନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ I ଆସନ୍ତା ପଚିଶି ତାରିଖରୁ ବିଭିନ୍ନ ଗ୍ରାମରେ ଦଣ୍ଡ ଯାତ୍ରା ଆରମ୍ଭ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଳକ୍ ର ବିଭିନ୍ନ ଦଣ୍ଡ କାଳୀ ଶକ୍ତିପୀଠ ଗ୍ରାମ ତଥା କୁଲାଗଡ, ଖିରିଡା, ବନ୍ଧଗୁଡ଼ା, ବରମୁଣ୍ଡଳୀ, ଧବଳପୂର ,ଆଲାରିଗଡ ଦଣ୍ଡଯତ୍ରା ଅପ୍ରେଲ୍ ୨ ତାରିଖ ରୁ ଆରମ୍ଭ ହୋଇଯାଇଛି ଦଣ୍ଡ ଯାତ୍ରା I ଢୋଲ,ମହୁରୀରେ ପ୍ରକମ୍ପିତ ହେବ ଧରା I ପଣା, ଝୁଣା ମହକରେ ମହକି ଯିବ ପରିବେଶ I ଏନେଇ ବିଭିନ୍ନ ଗ୍ରାମରେ ରାତିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପ୍ରସ୍ତୁତି ପାଇଁ ଗାଆଁର ବିଦ୍ୟାଳୟ କୋଠା, ମନ୍ଦିର, କୋଠ ଘର ପାଲଟିଛି ଆଖଡ଼ା ଶାଳ I ବିଭିନ୍ନ ଗ୍ରାମ ତରଫରୁ ସାମାଜିକ ଏବଂ ପୌରାଣିକ ନାଟକ ପରିବେଷଣ ପାଇଁ ଜୋରଦାର୍ ଅଭ୍ୟାସ ଶେଷ ପଯ୍ୟାୟ ରେ I ଏନେଇ ଅଞ୍ଚଳର ଦଣ୍ଡ ଯାତ୍ରା କମିଟି ଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ବେଳେ ଅଶ୍ଳୀଳତା ବିହୀନ ଶୃଙ୍ଖଳିତ ନାଟକ ପରିବେଷଣ ପାଇଁ ପ୍ରଶାସନିକ ଅଧିକାରୀ ପକ୍ଷରୁ କମିଟି ଗୁଡ଼ିକୁ ପରାମର୍ଶ ଦିଆଯାଇଛି I
