ଚବିଶ ପ୍ରହର ନାମଯଜ୍ଞ
ବରଗଡ :୩୦/୦୩(ନି, ପ୍ର) ବାନ୍ଦୁଟିକ୍ରା ଭି ଏସ ଏସ ନଗର ରାମନବମୀ କମିଟି ପକ୍ଷରୁ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ନାମଯଜ୍ଞ ର ପ୍ରଥମ ଦିନକଳସ ଯାତ୍ରା କରାଯାଇ ନିକଟସ୍ଥ ପୋଖରୀରୁ ଜଳ ପୂର୍ଣ୍ଣ କଳସ ଯଜ୍ଞସ୍ଥଳକୁ ଅଣା ଯିବା ପରେ ପୂଜାର୍ଚନା ଆରମ୍ଭ ହୋଇଥିଲା l କର୍ତ୍ତା ଭାବେ ଶୁକୃ ସାହୁ ଓ ଧର୍ମ ପତ୍ନୀ ଉର୍ମିଳା ସାହୁ ବସିଥିବା ବେଳେ ମୁଖ୍ୟ ପୂଜକ ପଣ୍ଡିତ କିଶୋର ଚନ୍ଦ୍ର ଦାସ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ l ଏଥିରେ ସଭାପତି ତ୍ରିନାଥ ଦୋରା, ସମ୍ପାଦକ ସନ୍ତୋଷ ଦାଶ, ରବି ନାରାୟଣ ପାଢ଼ୀ, ଅଶୋକ ସାହୁ, ଅର୍ଜୁନ ସାହୁ, ମନୋଜ ବେହେରା, ଜେଠୁ ସାହୁ, ନେପାଳ ସାହୁ, ନାରାୟଣ ସାହୁ ଙ୍କ ସମେତ ରାମ ନବମୀ କମିଟିର ସମସ୍ତ କର୍ମକର୍ତ୍ତା ପରିଚାଳନା ରେ ସହଯୋଗ କରିଥିଲେ l
