ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ଵାଇଁ ଙ୍କୁ ମିଳିଲା ଶ୍ରୀ ରାମ ସମ୍ମାନ l ରଘୁନାଥପୁର(ନି.ପ୍ର): ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପ୍ରତିଷ୍ଠାତା ତଥା ରାଜ୍ୟ ସ୍ତରୀୟ ଗୀତା ଜ୍ଞାନ ଯଜ୍ଞ କମିଟି ସଭାପତି ବିଜୟ କୁମାର ସ୍ଵାଇଁ ଙ୍କୁ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ କଟକ ସ୍ଥିତ ଟାଉନ ହଲ ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ରାମ ରାଜ୍ୟ ଉତ୍ସବ ରେ ମୁଖ୍ୟ ଅତିଥି କଟକ ମେୟର ସୁବାଷ ସିଂହ ତାଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଶ୍ରୀ ରାମ ସମ୍ମାନ ରେ ସମ୍ମାନିତ କରିଥିଲେ l ଏଥିରେ କୈବଲ୍ୟ ସାହିତ୍ୟ ସଂସଦ ପ୍ରତିଷ୍ଠାତା ଡ. ସଂଗ୍ରାମ କେଶରୀ ସାମନ୍ତରାୟ. ସମ୍ମାନିତ ଅତିଥି ଭାବେ ବାବା ବିଶ୍ଵନାଥ ଦାସ ମହାରାଜ, ସ୍ୱାମୀ କବିନ୍ଦ୍ର ମହାରାଜ, ଉଦାସ ଆଶ୍ରମ ମହନ୍ତ ସ୍ଵାମୀ ଦିବ୍ୟ ଲୋଚନ ମହାରାଜ ପ୍ରମୂଖ ଉପସ୍ଥିତି ଥିଲେ l ଶ୍ରୀ ସ୍ୱାଇଁ ଆଜକୁ ୪୦ ବର୍ଷ ଧରି ଜଗତସିଂହପୁର ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ୍ ଜିଲ୍ଲାରେ ଶ୍ରୀମଦଭଗବତ୍ ଗୀତା ର ବାଣୀକୁ ପ୍ରଚାର ପ୍ରସାର କରିବା ସହିତ ଲୋକମାନଙ୍କୁ ଆଧ୍ୟାତ୍ମିକ ଦିଗରେ ଯିବା ପାଇଁ ପ୍ରେରଣl ଦେଇ ଆସୁଛନ୍ତି l ଏହା ଛଡା ଆଗାମୀ ଓଡିଶା ପ୍ରତିଷ୍ଠା କରି ଓଡ଼ିଆ ଭାଷାର ସୁରକ୍ଷା, ଓଡ଼ିଆ ସଂସ୍କୃତି ର ସୁରକ୍ଷା ପାଇଁ କାର୍ଯ୍ୟ କରିବା ସହିତ ସମାଜରେ ସମସ୍ତ ମହାପୁରୁଷ ମାନଙ୍କ ର ପୂଜ୍ୟ ପୂଜା କାର୍ଯ୍ୟ କରି ଆସୁଛନ୍ତି l
