ଆମର ଏ ଅଖଣ୍ଡ ଭାରତ ବର୍ଷ ଭୁସ୍ୱର୍ଗ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ତଥା ଐତିହ୍ୟର କ୍ଷେତ୍ର। ଯେଉଁ ମାଟିରେ ଗଙ୍ଗା, ଯମୁନା, ସରସ୍ବତୀ, କାବେରୀ, ଗୋଦାବରୀ ଭଳି ପବିତ୍ର ନଦୀ ପ୍ରବାହିତ, ଯେଉଁ ମାଟିରେ ସଭିଙ୍କ ଭାବନା ସହ ଯୋଡ଼ି ହୋଇ ରହିଛି ଭଗବତ୍ ଗୀତା, ରାମାୟଣ, ମହାଭାରତ ଅନେକ ପୁରାଣର ଗାଥା , ଯେଉଁ ମାଟିରେ ଜନ୍ମ ନେଇଛନ୍ତି ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ର। ଏହିଭଳି ମାଟିରେ ଆମେ ଜନ୍ମ ନେଇଥିବା ଗୋଟିଏ ସାଧାରଣ କଥା ହୋଇନଥିବା ବେଳେ, ପବିତ୍ର ଶ୍ରୀ ରାମନବମୀ ଅବସରରେ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ଅନେକ ଅନେକ ଆନ୍ତରିକ ଶୁଭେଚ୍ଛା। ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ କୃପାରୁ ଆପଣ ତଥା ଆପଣଙ୍କ ପରିବାରରେ ସମସ୍ତେ ଭଲରେ ଥାଆନ୍ତୁ ଏତିକି କାମନା ମନାସି ରହୁଛି।।। ଜୟ ଶ୍ରୀ ରାମ
ଜୟ ଶ୍ରୀରାମ
ଜୟ ଜୟ ଶ୍ରୀରାମ
