
**ଶ୍ରୀ ଉତ୍ତରେଶ୍ବରୀ ଠାକୁରାଣୀଙ୍କ ମନ୍ଦିର ହୁଣ୍ଡିରୁ ୧,୩ଠ,୪୧୦ ଟଙ୍କା ମିଳିଲା **
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ,/୨୫/୩/୨୦୨୬ (ଇମିସ)- ତିର୍ତ୍ତୋଲ ଥାନା ଅଧିନସ୍ଥ ଇବ୍ରିସିଂ ସ୍ଥିତ ଶ୍ରୀ ଉତ୍ତରେଶ୍ବରୀ ଠାକୁରାଣୀ ଙ୍କ ମନ୍ଦିର ହୁଣ୍ଡିରୁ .୧,୩ଠ,୪୧୦ଙ୍କା ବାହାରିଛି । ଇନ୍ଟରିମ୍ ଟ୍ରଷ୍ଟି ତିର୍ତୋଲ ତହସିଲଦାର, ଥାନାଧିକାରୀ, ଦେବୋତ୍ତର ବିଭାଗ ଜଗତସିଂହପୁର ଜିଲ୍ଲା ଇନସ୍ପେକ୍ଟର,ତହସିଲ କର୍ମଚାରୀ,ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସିଙ୍କ ଉପସ୍ଥିତରେ ହୁଣ୍ଡି ଖୋଲା ଯାଇଥିଲା l ଏବଂ ସମସ୍ତ ଟଙ୍କା ଠାକୁରାଣୀ ଙ୍କ ନାମରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ର ଆକାଉଣ୍ଟରେ ଜମା କରାଯାଇଥିଲା ।
