ଧର୍ମପରାୟଣ ମହିଳା ଙ୍କ ପରଲୋକ
ଦଶରଥପୁର
ତା-୨୦/୦୩/୨୬
ରିପୋର୍ଟର-ମାନସ କୁମାର ସାହୁ
ଦଶରଥପୁର ବ୍ଲକ ବିରିପଟା ଗ୍ରାମ ଶିକ୍ଷାବିତ୍ ରାଜେନ୍ଦ୍ର ସାମଲ ଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ସାମଲ ଙ୍କ ଦେହାନ୍ତ ଘଟିଛି।ସେ ଦୀର୍ଘ ଦିନ ଧରି ଶ୍ୱାସ ରୋଗ ରେ ପୀଡ଼ିତ ଥିଲେ।ଶୋଇଥିବା ଅବସ୍ଥା ର ତାଙ୍କର ମୃତ୍ୟୁ ଘଟିଥିଲା l ପୁଷ୍ପାଞ୍ଜଳି ବୟସ ୭୪ ବର୍ଷ ହୋଇଥିଲା। ସେ ଜଣେ ପରୋପକାରୀ ମେଳାପୀ ମିଷ୍ଠ ଭାଷୀ ପ୍ରକୃତିର ମହିଳା ଥିଲେ ।ତାଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି l ତାଙ୍କ ମରଶରୀର ନିକଟରେ ପୁଅ ବୋହୁ ଝିଅ ଜ୍ୱାଇଁ ନାତି ଉପସ୍ଥିତ ଥିଲେ। ପୁଅ ସାମ୍ବାଦିକ ନିହାର ସାମଲ, ତୁଷାର ସାମଲ, ପ୍ରାର୍ଥସାରଥୀ ସାମଲ ସହ ଗ୍ରାମର ସମାଜସେବୀ ଅକ୍ଷୟ ଧଳ, ମନୋଜ ଧଳ,ପୀତବାସ ସାମଲ, କୈଳାସ ସାମଲ, ପୂର୍ବତନ ସରପଞ୍ଚ ମନୋରଞ୍ଜନ ଦାସ, ଶେଷ ଦର୍ଶନ କରିଥିଲେ।ଗ୍ରାମ ର ମଶାଣୀ ରେ ତାଙ୍କ ଶେଷକୃତ ସମ୍ପନ କରାଯାଇଥିଲା। ସାନ ପୁଅ ମାନସ ରଞ୍ଜନ ମୁଖାଗ୍ନି ଦେଇଥିଲେ।
