ଜୁନାଗଡରେ ଜନଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କ ତାଲିମ ଶିବିର ଅନୁଷ୍ଠିତ l
ଜୁନାଗଡ,୧୯/୦୩(ସୂରଜ ଜୟସୱାଲ) : କଳାହାଣ୍ଡି ଜିଲ୍ଲା ଜୁନାଗଡ ତହସିଲଦାର ରଘୁନାଥ ମୁଣ୍ଡାରି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଠାରେ ଜନଗଣନା ୨୦୨୭ ପାଇଁ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଅଛି । ଗୃହ ତାଲିକା କରଣ ପରିଚାଳନା ଏବଂ ଗୃହ ଜନଗଣନା ପାଇଁ ୧୯ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଏହି ତାଲିମ ଶିବିର ଅନୁଷ୍ଠିତ ହେବ । ପ୍ରଥମ କରିଏହି ଜନଗଣନା ଏକ ନୂଆ ରୂପ ରେ ଯାହାକି ଡିଜିଟାଲ ମୋଡରେ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି । ଏଥିପାଇଁ ଜୁନାଗଡ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି I ୨୦୧୧ ଜନଗଣନା ପରେ ଏହି ସେନସସ କାର୍ଯ୍ୟକ୍ରମ ପ୍ରଥମ କରି ସମ୍ପୂର୍ଣ୍ଣ ଡିଜିଟାଲ ମୋଡ ରେ ହେବ ଏଣୁ ୯ ଦିନ ବ୍ୟାପୀ ନିୟୋଜିତ ହେବାକୁ ଥିବା ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି । ଜୁନାଗଡ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଏହି ଶିବିରକୁ ଶୁଭାରମ୍ଭ କରି ଡିଜିଟାଲ ମୋଡରେ କିଭଳି ସେନସସ କରିବେ ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ । ତହସିଲଦାର ଓ ଜୁନାଗଡ ଜନଗଣନା ଅଧିକାରୀ ରଘୁନାଥ ମୁଣ୍ଡାରି ପ୍ରଥମେ ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ଏହି ଜନଗଣନା କାର୍ଯ୍ୟକ୍ରମକୁ ନିର୍ଭୁଲ ଓ ସଠିକ ତଥ୍ୟ ସଂଗ୍ରହକରି ସମସ୍ତେ ନିଜ ଦାୟିତ୍ଵ ସମ୍ପନ୍ନ କରିବା ନେଇ ଗୁରୁତ୍ୱାରୋପ କରିଥିଲେ। ଶିବିରକୁ ଜୁନାଗଡ ତହସିଲ ର ବରିଷ୍ଟ କିରାଣୀ ପ୍ରଭଞ୍ଜନ ପlତ୍ର, , କ୍ଷେତ୍ର ପ୍ରଶିକ୍ଷକ ପ୍ରିୟ ବ୍ରତ ବାଣୁଆ, ବିଶ୍ଵ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
