*ନୂଆପଡ଼ାରେ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ଷଷ୍ଠ ସାଂସ୍କୃତିକ ସନ୍ଧ୍ୟା l ବିଭିନ୍ନ ଲୋକନୃତ୍ୟ, ଅର୍କେଷ୍ଟ୍ରା ଓ ସମ୍ବଲପୁରୀ ଫ୍ୟାସନ୍ ସୋ ଦର୍ଶକଙ୍କ ମନ ମୋହିଲା l*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୫/୦୩
ନୂଆପଡ଼ାରେ ଆୟୋଜିତ ଜିଲ୍ଲା ସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ଷଷ୍ଠ ସାଂସ୍କୃତିକ ସନ୍ଧ୍ୟା ଉତ୍ସାହ ଓ ଉଲ୍ଲାସମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସାଂସ୍କୃତିକ ଦଳଙ୍କ ଲୋକନୃତ୍ୟ ଓ ସମ୍ବଲପୁରୀ ଫ୍ୟାସନ୍ ସୋ ପରିବେଷଣରେ ନେସନାଲ୍ କଲେଜ୍ ମେଳା ପ୍ରାଙ୍ଗଣ ଉତ୍ସବମୁଖର ହୋଇଉଠିଥିଲା।
ନୂଆପଡ଼ା ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳା ଉଦ୍ୟୋଗୀମାନେ ମେଳାରେ ନିଜ ନିଜ ଷ୍ଟଲ୍ ମାଧ୍ୟମରେ ବିଭିନ୍ନ ଉତ୍ପାଦର ବିକ୍ରିବଟା କରୁଛନ୍ତି। ଲୋକ ସଂସ୍କୃତି ଓ କଳାକୁ ପ୍ରୋତ୍ସାହନ ଦେବା ସହିତ ମହିଳା ସଶକ୍ତିକରଣକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ନୂଆପଡ଼ା ଓ ଓଡ଼ିଶା ସରକାରଙ୍କ ମିଶନ୍ ଶକ୍ତି ବିଭାଗର ଆନୁକୂଲ୍ୟ ରେ ଏହି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ଅନୁଷ୍ଠିତ ସଭାର ସଭାପତି , ଅତିରିକ୍ତ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ସ୍ୱାଗତ ଅଭିଭାଷଣ ସ୍ବରଚିତ କବିତା ମାଧ୍ୟମରେ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉଜ୍ଜଳ ଗୁପ୍ତା, ଅଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ, ଖଡିଆଳ ଯୋଗଦେଇ ସୁଭଦ୍ରା ଯୋଜନା ଓ ଶକ୍ତି ମେଳା କିଭଳି ମହିଳା ମାନଙ୍କୁ ସଶକ୍ତ କରୁଛି ବ୍ୟକ୍ତ କରିଥିଲେ l
ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା କରାଯାଇ ସାଂସ୍କୃତିକ ସନ୍ଧ୍ୟାର ଶୁଭାରମ୍ଭ ହୋଇଥିଲା। ମଞ୍ଚରେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ମଞ୍ଚରେ ବରେଣ୍ୟ ଅତିଥିମାନଙ୍କୁ ସ୍ମୃତି ଉପହାର ପ୍ରଦାନ କରାଯାଇଥିଲା। ମେଳା ଉପଲକ୍ଷେ ଅନୁଷ୍ଠିତ ବେଣୀ ବନ୍ଧା ଓ ରଙ୍ଗୋଲୀ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା l ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ଧନ୍ୟବାଦ ଅର୍ପଣ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ସୁରେଶ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ରେନବୋ ଫ୍ୟାସନ୍ ଟିମ୍, ପଦମପୁର ପକ୍ଷରୁ ଆକର୍ଷଣୀୟ ସମ୍ବଲପୁରୀ ଫ୍ୟାସନ୍ ସୋ ପରିବେଷଣ କରାଯାଇଥିଲା ଯାହା ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ସେହିପରି ମା ପିପଲପାଲେନ ଘୁମୁରା ଦଳ, ଭେରୁମାଲ, ଗଭର୍ଣ୍ଣମେଣ୍ଟ ଏସ୍.ଏସ୍.ଡି. ହାଇସ୍କୁଲ, ଧରମବନ୍ଧା, ନବୋଦିତ୍ୟ ବିଦ୍ୟାଳୟ ନୂଆପଡ଼ା, ମୃଣ୍ମୟୀ ବଜାସାଲ, କଳାହାଣ୍ଡି, ମା ଦକ୍ଷିଣକାଳୀ ବଜାସାଲ, କୋଟେନମୁଣ୍ଡା ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରିଥିଲେ l ତିଲକ ଚକ୍ରବର୍ତୀ, ଅଂଶୁମାନ ଓ ତ୍ରିଷାଙ୍କ ଦଳ ଷ୍ଟାର୍ ନାଇଟ୍ ରେ ମେଲୋଡି ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଶେଷ ରଜନୀ ,୧୬ ତାରିଖରେ ପ୍ରବଳ ଜନସମାଗମ ହେବା ଆଶା କରାଯାଉଛି l
