ଓଡ଼ିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ବୃନ୍ଦାବନ ପ୍ୟାଲେସ ରେ ସଫେଇ କାର୍ଯ୍ୟକ୍ରମ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମା ସ୍ଥିତ ବୃନ୍ଦାବନ ପ୍ୟାଲେସରେ ଆଜି ଦିନ ସକାଳେ ଓଡ଼ିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ବୃନ୍ଦାବନ ପ୍ୟାଲେସରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ଶ୍ରୀ ଅମିତ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ବୃନ୍ଦାବନ ପ୍ୟାଲେସ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାର ଦର୍ଶନୀୟ ସ୍ଥଳ ମଧ୍ୟରୁ ବୃନ୍ଦାବନ ପ୍ୟାଲେସ ତଥା ଗଜପତି ରାଜାଙ୍କର ତତ୍କାଳୀନ ଗ୍ରୀଷ୍ମକାଳୀନ ପ୍ରାସାଦ ଅନ୍ୟତମ। ପ୍ରତିଦିନ ଏହି ଦର୍ଶନୀୟ ସ୍ଥଳକୁ ଶହ ଶହ ସଂଖ୍ୟାରେ ଜନସାଧାରଣ ପରିଦର୍ଶନରେ ଆସୁଥିବା ବେଳେ ଏହାର ପରିବେଶ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି। ଦର୍ଶକ ମାନଙ୍କ ପାଇଁ ସାମାନ୍ୟତମ ସୁବିଧା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉନାହିଁ। ଏହି ସ୍ଥାନରେ ପ୍ରରିସ୍ରାଗାର, ପାନୀୟ ଜଳର ସୁବିଧା ଯୋଗାଇବା ପାଇଁ ଦାବି ହେଉଛି। ଏହି ସଫେଇ କାର୍ଯ୍ୟକ୍ରମରେ ଶ୍ରୀ ସଞ୍ଜୟ ଜେନା, ଶ୍ରୀ ଆଲିନ୍ ପାଣି, ଶ୍ରୀ କୈଳାସ ସିଂ, ଶ୍ରୀ ଉପ୍ରିୟମ ନାୟକ ଶ୍ରୀ ସୁରେଶ କୁମାର ନାଗ, ଶ୍ରୀ ଅଜିତ ପଟ୍ଟନାୟକ, ଶ୍ରୀ ଭାସ୍କର ସ୍ୱାଇଁ ଶ୍ରୀ ଟିକି ଲିମା ପ୍ରମୁଖ ଯୋଗଦେଇ ଥିଲେ।
