କଳାଙ୍ଗ ଗ୍ରାମରେ ‘ଛ’ଦେଶ ମଥୁରା ଗୋପାଳ ସମାଜ ପକ୍ଷରୁ କଳାଙ୍ଗ ପଞ୍ଚାୟତ ଯାତ୍ରା ପଡ଼ିଆରେ ଦ୍ୱିତୀୟ ଲଉଡିଖେଳ ପ୍ରତିଯୋଗିତା ଅନୁଷ୍ଠିତ ।
ତାରିଖ ୧୨/୩/୨୬
ସ୍ଥାନ ଢେଙ୍କାନାଳ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ଢେଙ୍କାନାଳ ଓଡ଼ପଡ଼ା ବ୍ଲକ : କଳାଙ୍ଗ ଗ୍ରାମରେ ‘ଛ’ଦେଶ ମଥୁରା ଗୋପାଳ ସମାଜ ପକ୍ଷରୁ କଳାଙ୍ଗ ପଞ୍ଚାୟତ ଯାତ୍ରା ପଡ଼ିଆରେ ଦ୍ୱିତୀୟ ଲଉଡିଖେଳ ପ୍ରତିଯୋଗିତା ଅନୁଷ୍ଠିତ। ଆଜି ତା – ୧୨/୩/୨୦୨୬ ରିଖ ଚଳିତ ଚୈତ୍ରମାସ କୃଷ୍ଣପକ୍ଷ ଗୁରୁବାର ଦିନ କଳାଙ୍ଗ ଗ୍ରାମରେ ଛଦେଶ ମଥୁରା ଗୋପାଳ ସମାଜର ୨ୟ ବାର୍ଷିକ ଲଉଡି଼ ସମ୍ମିଳନୀ ଅନୁଷ୍ଠିତ ହେଉଅଛି। ଛଦେଶ ମଥୁରା ଗୋପାଳ ସମାଜ ପକ୍ଷରୁ ଆଜି ପୁର୍ବାହ୍ନ ୧୨ଟା ସମୟରେ ଅତିଥିମାନେ ମଞ୍ଚ ଉଦ୍ଘାଟନ କରିବା ସହ ରାଧା କୃଷ୍ଣଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ ଅତିଥି ପରିଚୟ ଓ ସମ୍ବର୍ଦ୍ଧନା ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଅର୍ଥାତ୍ ୧୮ଟି ସ୍ଥାନରୁ ଲଉଡି ଖେଳାଳୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇ ଆଜି ଦିନ ତମାମ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଜର୍ଜମାନଙ୍କ ଦ୍ବାରା ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜ୍ଜନ କରିଥିବା ୩ଦଳଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ଏବଂ ଛଦେଶ ମଥୁରା ଗୋପାଳ ସମାଜ ପକ୍ଷରୁ ଏହାକୁ ଆୟୋଜନ କରାଯାଇଥିଲା। ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଲାଗି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି।
