ବିଜେଡ଼ି କୁ ବାଏ ବାଏ କରି ବିଜେପି ଆପଣେଇଲେ ବାଲେଶ୍ବର ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା :
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଗତକାଲି ବିଜେଡ଼ିକୁ ବାଏ ବାଏ କରିଥିବା ବାଲେଶ୍ବର ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲାର ଚାରି ବିଜେପି ବିଧାୟକଙ୍କ ସମେତ ରାଜ୍ୟର ବହୁ ବିଧାୟକ, ବିଜେପିର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିବା ଲକ୍ଷ୍ୟ କରାଯାଇଥିଲା। ବାଲେଶ୍ବର, ମୟୁରଭଞ୍ଜ, ଭଦ୍ରକ ଜିଲ୍ଲାର ବିଜେଡ଼ିର ବହୁ ନିର୍ବାଚିତ ପ୍ରତିନିଧି ତଥା କାର୍ଯ୍ୟକର୍ତ୍ତା ବିଜେଡ଼ି ଛାଡ଼ି ଆଜି ଏହି ମିଶ୍ରଣ ପର୍ବରେ ଶ୍ରୀ ଜେନାଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି।।।
ଭୁବନେଶ୍ୱରରୁ ବାଲେଶ୍ୱର ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
