*ଖଇରକାଠ ଚୋରା ଚାଲାଣ ବେଳେ ଜବତ*
ଖଡ଼ିଆଳ (ମିଖାଏଲ ନନ୍ଦ):ନୂଆପଡା ଜିଲ୍ଳା ଅନ୍ତର୍ଗତ ଖଡ଼ିଆଳ ବନ ବିଭାଗ କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ଖଇରକାଠ ଚାଲାଣ କରୁଥିବା ୨ଟି ଗାଡି କୁ ଜବତ କରିଛି।ଖଡ଼ିଆଳ ବନ ବିଭାଗ ଅଧୀନରେ ଥିବା ଉପରପିଟା ଗ୍ରାମ ନିକଟରେ ଖଡ଼ିଆଳ ବନ ବିଭାଗ ପକ୍ଷରୁ ରାତି ୩ଟା ରେ ପେଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଉପରପିଟା ଗ୍ରାମ ରୁ କଣ୍ଟାବାଞ୍ଜି କୁ ଖଇର କାଠ ଚାଲାଣ କରୁଥିବା ୨ଟି ପିକଅପ ଭ୍ୟାନ (ଓଆର ୦୨ ଏଏମ ୪୮୧୫) ଓ (ଓଡି ୩୧-୬୩୩୬)କୁ ଜବତ କରିଥିଲା। ଉଭୟ ଗାଡିରୁ ୧୩୩0 କେଜି (୭୧ ଖଣ୍ଡ ) କାଠ ଜବତ କରାଯାଇଥିଲା। ଏଥିରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଳା କଣ୍ଟାବାଞ୍ଜି ର ପ୍ରଦୀପ ଶର୍ମା (୫୩)ଓ ସଞ୍ଜୟ ସାହୁ, ବେଲପଡା ର ଅଭିଷେକ ବାଗ (୨୦) ଓ ସୁନ୍ଦରଗଡ଼ ଜିଲ୍ଳା ଉଦିତ ନଗର ଥାନା ଅଞ୍ଚଳ ର କରନ ଶର୍ମା (୨୬)ଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ଏକ ସ୍କୁଟି ( ଓଆର ୦୩ଜି ୦୬୧୬)କୁ ମଧ୍ୟ ଜବତ କରାଯାଇଛି। ଜବତ କାଠ ର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଫରେଷ୍ଟର ଖଗେଶ୍ୱର ମାଝୀ, ମହାଦେବ ବନ୍ଦୀଛୋର,ରାଜେଶ ହରିଜନ, ସୁଦାମ ବାଗ, ପୁରୋଷୋତ୍ତମ ନାଗ, ନରେଶ ଦଣ୍ଡସେନା. ପ୍ରମୁଖ ଚଢ଼ାଉ ରେ ସାମିଲ ଥିଲେ।
