କଙ୍କା ଗ୍ରାମରେ ଦୋଳ ମହୋତ୍ସବ 5/3/2026 ସ୍ଥାନ ମହିମାଗାଦି (ରିପୋର୍ଟ – ବିରଞ୍ଚି ନାରାୟଣ ସାହୁ ଭଂଜଦୂତ ଖବର ) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ବାଇଶିଆ ଗ୍ରାମପଞ୍ଚାୟତ କଙ୍କାଗ୍ରାମରେ ଦୋଳ ମହୋତ୍ସବ ପାଳିତ ହୋଇଯାଇଛି l ଏହି କଙ୍କା ଗ୍ରାମକୁ ଯିବାଆସିବା ର କୌଣସି ସୁବିଧା ନାହିଁ, ବର୍ଷା ଦିନରେ ବ୍ରାହ୍ମଣୀ ନଦୀର ଜଳରେ ଜଳବନ୍ଦୀ ହୋଇଯାନ୍ତି, ଭାରତ ସ୍ୱାଧୀନ ହବାର 78ବର୍ଷ ପରେ ଭଗବାନ ଏହି କଙ୍କା ଗ୍ରାମର ବସବାସ କରୁଥିବା ଲୋକଙ୍କର ଗୁହାରି ଶୁଣିଛନ୍ତି, ଚଳିତ ବର୍ଷ ଗ୍ରାମରେ ଏକ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ହେଵା ସହିତ ଗ୍ରାମକୁ ଏକ ଭଲ ରାସ୍ତା ସଂଯୋଗ ହବାକୁ ଯାଉଛି, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଘୋର ଅସୁବିଧା ସତ୍ୱେ ଚଳିତ ବର୍ଷ ଗ୍ରାମର ଯୁବଗୋଷ୍ଟି ଏକତ୍ରିତ ହୋଇ ଗ୍ରାମରେ ଏକ ଦୋଳ ମଣ୍ଡପ ତିଆରି କରି ଦୋଳ ଯାତ୍ରା ମହୋତ୍ସବ ଆରମ୍ଭ କରିଥିଲେ, ରାଧାକୃଷ୍ଣ ମନ୍ଦିରରୁ ବିମାନରେ ରାଧାକୃଙ୍କୁ ବସାଇ ଗଉଡ଼ବାଡି, ଡିଜେ,ସକୀର୍ତ୍ତନ ମଣ୍ଡଳୀ, ଢୋଲ ଓ ଶଙ୍ଖ ହୁଳହୁଳି ଦ୍ୱାରା ଠାକୁରଙ୍କୁ ଘର ଘର ବୁଲାଇ ଭୋଗ ଖୁଆଇ ଗ୍ରାମ ପରିକ୍ରମା କରାଇଥିଲେ l ଗ୍ରାମର ସମସ୍ତଙ୍କ ଘର ଆଗରେ ଗୋବର ରେ ଲିପାହୋଇ ଚିତା ପଡିଥିବାର ଦୃଶ୍ୟ ବହୁତ ସୁନ୍ଦର ଦିଶୁଥିଲା, ସମସ୍ତଙ୍କ ଘରେ ଘରେ ପିଠା ପଣା ସହିତ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତି ଉତ୍ସାହକୁ ଦୁଇଗୁଣ କରିଦେଉଥିଲା l
