*ନୂଆପଡ଼ା ଜିଲ୍ଲା ଖଡିଆଳ ସହର ନାମକରଣ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଅଛି* ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୩.
ଖଡିଆଳ ସହର ଇଂରାଜୀ ସ୍ପେଳିଙ୍ଗକୁ ସଂଶୋଧନ ନେଇ ଆବଶ୍ୟକ ପ୍ରସ୍ତାବ ସରକାରଙ୍କୁ ପଠାଇବା ପାଇନ ଏକ ଗୁରୁପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଅଛି। ବୈଠକ ରେ ଖଡିଆଳ ତହସିଲଦାର ନରସିଂହ ଗଦବା ଅଧ୍ୟକ୍ଷତା କରିଥିବା ବେଳେ ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଖଡିଆଳ ଅଞ୍ଚଳ ର ବରିଷ୍ଠ ନାଗରିକ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଆଇନଜୀବୀ, ସମାଜସେବୀ, ସାମ୍ବାଦିକ, ଅଧ୍ୟାପକ,ଅଧ୍ୟାପିକା, ସାହିତ୍ୟିକ, କବି, କଳାକାର,ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ। ଖଡିଆଳ ର ନାମ ଓଡ଼ିଆ ଭାଷାରେ ସଠିକ ଥିବା ବେଳେ ଇଂରାଜୀ ରେ Khariar ପରିବର୍ତ୍ତେ KHADIAL କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଅଛି। ଏକ ମତରେ ଖଡିଆଳ ର ନାମ ଉପଯୁକ୍ତ ଶବ୍ଦାର୍ଥ ଉପରେ ପର୍ଯ୍ୟବେଶିତ ହେବା ପାଇଁ ବୁଦ୍ଧିଜୀବୀ ମାନେ ମତ ରଖିଥିଲେ। ଏହି ଅଞ୍ଚଳ ର ଭୂତଳ ରେ ଖଡ଼ି ପଥର ବ୍ୟାପକ ଥିବା କାର୍ଣ୍ଣ ରୁ ଖଡିଆଳ ହେବା ସହ ଆଦି କବି ଚୈତନ୍ୟ ଦାଶ ଙ୍କ ଲେଖା ରେ ମଧ୍ୟ ଖଡିଆଳ ର ଉଲ୍ଲେଖ ରହିଅଛି। ତେଣୁ ଓଡିଆରେ ଖଡିଆଳ ଏବଂ ଇଂରାଜୀ ରେ KHADIAL କରିବାକୁ ପ୍ରସ୍ତାବ ଆସିଅଛି। ବୈଠକ ରେ ଖଡିଆଳ ବିଡ଼ିଓ ମିଳନ କୁମାର ଝଙ୍କାର, ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ଡଃ. ଅଞ୍ଜଳି ପାଢୀ, ନୀଳ ଲୋହିତ ସିଂ ଦେଓ, ନିମାଇଁ ଚରଣ ତାଣ୍ଡି, ଜିତେନ୍ଦ୍ର ନାଥ ପଟ୍ଟନାୟକ, ଗୋବର୍ଦ୍ଧନ ସୁନା, ଡଃ. ପଦ୍ମ ଲୋଚନ ବର୍ମା, ସାମ୍ବାଦିକ ତପନ ରଂଜନ ଦାସ, ପରମେଶ୍ବର ବାରିକ, ସିଦ୍ଧାର୍ଥ ଶଙ୍କର ଯୋଷୀ, ରଂଜିତ ସିଂ ମହାରଥା, ସତିଶ ପଟ୍ଟନାୟକ, କିଶୋର ବାଗ, ଲାଲୁ ଦଣ୍ଡସେନା, ବିଭୂତି ବିଶି, ବେହେରା ସମେତ ସରକାରୀ କର୍ମଚାରୀ ମାନେ ଯୋଗ ଦେଇଥିଲେ।
