*ନୂଆପଡ଼ା ଜିଲ୍ଲା ବର୍ଷୀୟାନ ନେତା, ଜିଲ୍ଲା ପ୍ରତିଷ୍ଠାତା ଏବଂ ଆଦିବାସୀ ନେତା ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଧୂଳିସାତ, ଏକ ଟ୍ରାଲି ଗାଡ଼ି ଧକ୍କା ରେ ପ୍ରତିମୂର୍ତ୍ତି ଚୂରର୍ମାର* ନୂଆପଡା(ମିଖାଏଲ ନନ୍ଦ)
ତା:୦୨.୦୩.
ନୂଆପଡ଼ା ପ୍ରମୁଖ ସହର ଏକତା ଛକ ଠାରେ ଜିଲ୍ଲାର ବର୍ଷୀୟାନ ନେତା, ଜିଲ୍ଲା ପ୍ରତିଷ୍ଠାତା ଏବଂ ଆଦିବାସୀ ନେତା ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା। ଜିଲ୍ଲା ର ପ୍ରତ୍ୟେକ ଛୋଟ ଠାରୁ ବଡ କାର୍ଯ୍ୟକ୍ରମ ତାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଆରମ୍ଭ ହୋଇଥାଏ। ଆଜି ଏହି ପ୍ରତିମୂର୍ତ୍ତି ଭାଙ୍ଗି ଧୂଳିସାତ ହୋଇଅଛି। ଏକ ଟ୍ରାଲି ଗାଡ଼ି ଧକ୍କା ରେ ପ୍ରତିମୂର୍ତ୍ତି ଚୂରର୍ମାର ହୋଇଥିବା ବେଳେ ଏହାର ପୁନରଦ୍ଧାର କରିବାକୁ ଜିଲ୍ଲାବାସୀ ଦାବୀ କରିଛନ୍ତି। ୩୫୩ ନମ୍ୱର୍ ଜାତୀୟ ରାଜପଥ ଏବଂ ପଦ୍ମପୁର କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ସଂକୀର୍ଣ୍ଣ ହେବା କାରଣ ରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଅଛି। ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାପାଇଁ ଅନୁରୋଧ। ଜିଲ୍ଲାର ଏକ କୀର୍ତ୍ତିରାଜ କୁ ମାରାଗୁଡ଼ା ମହୋତ୍ସବ ପୂର୍ବରୁ ଘାସିରାମ ମାଝୀଙ୍କ ସ୍ଥାପିତ ହେବା ଆବଶ୍ୟକ ଅଟେ।
