ଏକଦିବସୀୟ ଶିକ୍ଷକ ଓ ଅଭିଭାବକ ସଚେତନ କାର୍ଯ୍ୟକ୍ରମ
କେନ୍ଦ୍ରାପଡା : ମହାକାଳପଡା ବ୍ଲକ ଦଶମୌଜି ଅନ୍ତର୍ଗତ ବଡକୂଳ ପଞ୍ଚାୟତ କରମକୂଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କରମକୁଳ ଠାରେ ‘ଏକଦିବସୀୟ ଶିକ୍ଷକ ଓ ଅଭିଭାବକ ସଚେତନ ତାଲିମ୍ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ବଡକୂଳ ବାଳିକା ସହଶିକ୍ଷା ଉଚ୍ଚ ବିଦ୍ୟାଳୟ ଓ ଜୟଚନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ଅନ୍ତର୍ଗତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ପିତାମାତା, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟା, ସରକାରୀ ସହାୟତା, ସାମାଜିକ ସହଭାଗିତା ଆଦି ସଂପର୍କରେ ଆଲୋଚନା କରିଥିଲେ। ଭିନ୍ନକ୍ଷମ ଶିକ୍ଷାର୍ଥୀମାନେ କିଭଳି ସାଧାରଣ ଛାତ୍ରଛାତ୍ରୀଙ୍କ ପରି ସମସ୍ତ ସୁବିଧା ସୁଯୋଗ ପାଇପାରିବେ ସେ ସମ୍ପର୍କରେ ବ୍ଲକ ସାଧନ ଶିକ୍ଷକ ଶ୍ରୀଧର କୁମାର ଭୋଳ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ନୃସିଂହ ଚରଣ ମଲ୍ଲ, ସେବା ନିବୃତ ପ୍ରଧାନ ଶିକ୍ଷକ ଅଜୟ କୁମାର ସାହୁ, ନିର୍ମଳ କୁମାର ଆଚାର୍ଯ୍ୟ, ଶୁଶିଲ କୁମାର ସାମନ୍ତରାୟ, ସରୋଜ କୁମାର ଜତି, ଆଲୋକ ରାୟ ପ୍ରମୁଖ ଯୋଗଦେଇଥିବା ବେଳେ ବଜ୍ରମହାକାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦହିମାଛର ପ୍ରଧାନ ଶିକ୍ଷକ କଳ୍ପତରୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
