ଫକୀରମୋହନ ନଗରରେ ମେଗା ରକ୍ତଦାନ ଶିବିର :
ବାଲେଶ୍ୱର ରେମୁଣା ବ୍ଲକ ଅନ୍ତର୍ଗତ କରଞିଆ ପଞ୍ଚାୟତର ଫକୀର ମୋହନ ନଗର ଗୀତା କଲ୍ୟାଣ ମଣ୍ଡପ ପରିସରରେ ଆସନ୍ତା ୨୮ ତାରିଖ ଶନିବାର ସକାଳ ୯ ଟା ଠାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଛି। ସ୍ଥାନୀୟ ମହିଳା ସଂଗଠନ ଅନ୍ନପୂର୍ଣ୍ଣା ଫାଉଣ୍ଡେସନ ତରଫରୁ ଏହି ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ, ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରକ୍ତଦାତା ଯୋଗଦେଇ
ରକ୍ତଦାନ ଭଳି ମହତ କାର୍ଯ୍ୟରେ ସାମିଲ ହେବାକୁ ଅନୁଷ୍ଠାନର ମୁଖ୍ୟ ସବିତା ମିଶ୍ର ଅନୁରୋଧ କରିଥିବା ଜଣାଯାଇଛି।।।
