ଜିଲ୍ଲାସ୍ତରୀୟ ଯୁବନେତୃତ୍ବ ଶିଵିର ଉଦଯାପିତ କେନ୍ଦୁଝର,
କେନ୍ଦୁଝର ର ଧରଣୀ ଧର ବିଶ୍ବ ବିଦ୍ୟାଳୟ ସ୍ନାତକୋତ୍ତର ଜାତୀୟସେବା ଯୋଜନା ଇଉନିଟ ଆନୁକୂଲ୍ୟରେ ମାର୍ଚ୍ଚ ୨୮ରୁ ୩୦ ପର୍ଯ୍ୟନ୍ତ ତ୍ରିଦିବସୀୟ ଯୁବନେତୃତ୍ବ ଶିଵିର କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।ଉଦଘାଟନୀ ଉତ୍ସବରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ବନଖଣ୍ତ ଅଧିକାରୀ ଏଚଡି ଧନରାଜ,ବକ୍ତା ଶ୍ରୀନିରୋଦ ଚରଣ ଖୁଣ୍ଟିଆ,ସମ୍ମାନିତ ଅତିଥି ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡା.ପ୍ରଭୁପ୍ରସାଦ ଦାସ,ପ୍ରୋଗ୍ରାମ କୋର୍ଡିନେଟର,ଜାତୀୟସେବା ଯୋଜନା ବ୍ୟୁର ଡା. ସରିତା ନାୟକ,ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡା. ସୁନିଲ କୁମାର ସାହୁ ପ୍ରମୁଖ ଯୋଗଦେଇ ଜାତୀୟସେବା ଯୋଜନାର ୯୦ପ୍ରତିଶତ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ଜାତୀୟସେବା ଯୋଜନାର ସଫଳତା ପାଇଁ ମାର୍ଗ ଦର୍ଶନ ଦେଇଥିଲେ।ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଡିଶା ଗାନ୍ଧୀ ଵିଚାର ପରିଷଦର ଅଧ୍ୟକ୍ଷ ତଥା କେନ୍ଦୁଝର ସିଟିଜେନ ଫୋରମ ର ବରିଷ୍ଟ ସଦସ୍ୟ ଭକ୍ତବତ୍ସଳ ମହାନ୍ତି,ପଦ୍ମପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ର ଡା.ପିତବାସ ଦାସ,ଧରଣୀଧର ବିଶ୍ବ ବିଦ୍ୟାଳୟ ଓ ଡେଭଲମେଣ୍ଟ ଅଫିସର ଡା.ୱାୟୀଏନ୍ ସିଂ ବାବୁ ମୁଖ୍ୟଅତିଥି,କ୍ରିଡା ସଂମ୍ପାଦକ ଡା. ବିଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ଶିବିରାର୍ଥୀ ଏବଂ ଶିବିର ରେ ଥିବା ସମସ୍ତ ଜାତୀୟସେବା ଯୋଜନାର ପ୍ରୋଗ୍ରାମ ଅଫିସର ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।ଏଥିରେ ୨୦ଟି ମହାବିଦ୍ୟାଳୟରୁ ଯୋଗଦେଇଥିବା ଶିବିରାର୍ଥିମାନେ ଶିବିର ରେ ସେବାଯୋଜନାର ଲକ୍ଷ୍ୟ,ଉଦେଶ୍ୟ,ଯୁବନେତୃତ୍ବ ବିକାଶ,ଜଳ ଓ ଶିବିର ପରିଚାଳନା,ବାଲ୍ୟବିବାହ ନିଷେଧ,ନିଶାନିବାରଣ,ଜୈବବିବିଧତାର ସୁରକ୍ଷା,ବୃକ୍ଷ ରୋପଣ,ଜଳ ସଂରକ୍ଷଣ ଓ ପରିଚାଳନା,ଦକ୍ଷତାବିକାଶ,ବାଲ୍ୟବିବାହ ନିଷେଦ ଉପରେ ତାଲିମ ପ୍ରଦାନ କରିଥିଲେ।ନେହରୁଯୁବକେନ୍ଦ୍ର ଅଧିକାରିଣୀ ସୁଶ୍ରୀ ବସୁନ୍ଧରା ସାହୁ କେନ୍ଦ୍ରସରକାର ଙ୍କ ବିଭିନ୍ନ ଯୋଜନା ନେହରୁଯୁବକେନ୍ଦ୍ର ର କାର୍ଯ୍ୟ ସଂମ୍ପର୍କରେ ବର୍ଣ୍ଣନା କରିଥିଲେ।କେନ୍ଦ୍ରସରକାର ଙ୍କ ଯୁବ ଅଧିକାରୀ ଶ୍ରୀ ବିଶାଳ ଜୟସୁଆଲ ଯୁବକ ଯୁବତୀଙ୍କ ପାଇଁ ଆତ୍ମନିଯୁକ୍ତି ସୁଯୋଗ ଓ ସ୍କିଲ ଇଣ୍ତିଆ ବିଷୟରେ ଅବଗତ କରିଥିଲେ।ଶିବିର ଶେଷରେ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଧରଣୀଧର ବିଶ୍ବ ବିଦ୍ୟାଳୟ ର ଜାତୀୟସେବା ଯୋଜନା ଅଧିକାରୀ ଦିନେଶ ମହାରଣା ଶିବିର ପରିଚାଳନା କରିଥିଲେ।୧୨ଜଣ ଦକ୍ଷ ଜାତୀୟ ସେବା ଯୋଜନା ଅଧିକାରୀ କାର୍ଯ୍ୟକ୍ରମ ପରିାଳନାରେ ସହଯୋଗ କରିଥିଲେ।କ୍ୟାମ୍ପ ଫାୟାର ମାଧ୍ୟମରେ ଶିବିର ସମାପ୍ତ ହୋଇଥିଲା।
