ବାପାର ଛୁରୀ ମାଡ଼ରେ ପୁଅର ମୃତ୍ୟୁ କଙ୍କଡ଼ାହାଡ଼
କଙ୍କଡ଼ାହାଡ଼ ରୁ ଧର୍ମାନନ୍ଦ ସେଠି ଙ୍କ ଖବର
କାମାକ୍ଷାନଗର ଉପଖଣ୍ଡ ମାରୁଆବିଲ ପଞ୍ଚାୟତର କମ୍ପୁଲେଇ ଗ୍ରାମରେ ରବିବାର ଅପରାହ୍ନରେ ବାପାର ଛୁରା ମାଡ଼ରେ ପୁଅ ଗୁରୁତର ଭାବେ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l କମ୍ପୁଲେଇ ଗ୍ରାମର ବିଭୁତି ସାହୁ ପାରିବାରିକ କଳହକୁ କେନ୍ଦ୍ର କରି ନିଜ ପୁଅ ଖିରୋଦ(୩ 0) କୁ ଏକ ଛୁରୀରେ ଆଘାତ କରିଥିଲେ l ଫଳରେ ଖିରୋଦ ଗୁରୁତର ଭାବେ ଆହତ ହୋଇଥିଲେ l ଖିରୋଦ ଙ୍କୁ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ର ବ୍ୟବସ୍ଥା କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବାର ଜଣାଯାଇଛି l
