*ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ*।
ବ୍ରହ୍ମପୁର-*ଆସ୍କାରୋଡ଼ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭଗବାନ ନାହକଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ କର୍ପୋରେଟର ପଦ୍ମିନୀ ମିଶ୍ର , ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବିଇଓ ଲିଙ୍ଗରାଜ ସ୍ୱାଇଁ ଓ ସମ୍ମାନିତ ଅତିଥି ଭାବେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର , ପୂର୍ବତନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମହମ୍ମଦ ଜାହିରୁଦ୍ଧିନ, ସି ଆର୍ ସି ସି ୟୁ ଭାରତୀ , ଶ୍ରୀ ଅରୂପ କୁମାର ମହାପାତ୍ର , ଶ୍ରୀମତି ବିଶ୍ଵ ମୋହିନୀ ସାହୁ , ଶ୍ରୀ ଭିକାରୀ ଚରଣ ଗୌଡ଼ , ଶ୍ରୀ ବଂଶୀଧର ପାଢ଼ୀ , ଶ୍ରୀ ନାରାୟଣ ପାତ୍ର , ମେରୀ ନାୟକ , ଶାନ୍ତନୁ କୁମାର ପାଣି ଯୋଗଦେଇ ଭଗବାନଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । ଅତିଥି ମାନେ ନିଜ ବକ୍ତବ୍ୟରେ ସରକାରୀ ବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଯୋଗୁଁ ବହୁ ଛାତ୍ରଛାତ୍ରୀ ବେସରକାରୀ ବିଦ୍ୟାଳୟ ଅପେକ୍ଷା ସରକାରୀ ବିଦ୍ୟାଳୟରେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ପ୍ରକାଶ କରିଛନ୍ତି । ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ କାମନା କରିଥିଲେ । ଶ୍ରୀ ପାତ୍ର ନିଜ ବକ୍ତବ୍ୟରେ ପିଲାମାନଙ୍କୁ କହିଥିଲେ ଯେ , ତୁମେମାନେ ପାଠ ପଢି ଶିକ୍ଷିତ ହେବା ସହିତ , ଗୋଟିଏ ଭଲ ମଣିଷ ହେବାକୁ ଚେଷ୍ଟା କର । ଅତିଥିମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ପି ସୂର୍ଯ୍ୟ ଭେଙ୍କ୍ତେଟ ଓ ଶିକ୍ଷୟତ୍ରୀ ମନୀଷା ନାୟକ ମଞ୍ଚ ପରିଚାଳନା କରିଥିଲେ ଏବଂ ଶିକ୍ଷୟତ୍ରୀ ବିଶ୍ଵ ମୋହିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ*।
*ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶିକ୍ଷୟତ୍ରୀ ଅର୍ଚ୍ଚନା ପଣ୍ଡା , ମିନତି , ଦେବିକା ରାଣୀ , ଆରତୀ ସାହୁ , ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ସମ୍ପାଦନ କରିଥିଲେ*
